ପ୍ରାପ୍ୟ ପାଉନାହାନ୍ତି ନିର୍ମଳ ଯୋଜନାରେ ନିୟୋଜିତ କର୍ମଚାରୀ !!!

Spread the love

ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଭେଟିଲେ ଯୁବ କଂଗ୍ରେସ ର ପ୍ରତିନିଧି ଦଳ

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : ମହାମାରୀ କରୋନା ସଂକ୍ରମଣ ପରିସ୍ଥିତିରେ ସ୍ୱଛତାକୁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରାଯାଉଥିବା ସମୟରେ ନିର୍ମଳ ଯୋଜନାରେ ନିୟୋଜିତ କର୍ମଚାରୀ ପ୍ରାପ୍ୟ ପାଉ ନଥିବା ପରି ଘଟଣା ସାମନାକୁ ଆସିଛି . ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ କଳାପଥର ଡାକ୍ତରଖାନାରେ ନିୟୋଜିତ କର୍ମଚାରୀଙ୍କୁ ଠିକାଦାର ଜଣକ ପ୍ରାପ୍ୟ ଦେଉ ନଥିବାର ଅଭିଯୋଗ ଆସିଛି . ଦୀର୍ଘ ଦିନ ଧରି ପାରିଶ୍ରମିକ ନପାଇ ପରିଶେଷରେ ଘଟଣା ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଅଭିଯୋଗ କରିଛନ୍ତି କର୍ମଚାରୀ ମାନେ . ତେବେ ଘଟଣାର ଆବଶ୍ୟକୀୟ ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବୀ କରିଛି ଯୁବ କଂଗ୍ରେସ .

ସୂଚନା ଅନୁସାରେ କଳାପଥର ଡାକ୍ତରଖାନାରେ , ସୋମନାଥ ସାମନ୍ତରାୟ ଏବଂ ସଞ୍ଜୟ କୁମାର ରାଉତ ନାମକ ଦୁଇ ଜଣ କର୍ମଚାରୀଙ୍କୁ 2020 ସେପ୍ଟେମ୍ବର ମାସରେ ଅବସ୍ଥାପିତ କରାଯାଇଥିବା ସମୟରେ ସେମାନେ ଆଜି ପର୍ଯ୍ୟନ୍ତ ନିୟମିତ କାମ କରି ଆସୁଛନ୍ତି . ହେଲେ ନିଯୁକ୍ତି ଦେଇଥିବା ଠିକାଦାର ସେମାନଙ୍କୁ ପ୍ରାପ୍ୟ ଦେବା ବଦଳରେ ଓଲଟା ଖରାପ ବ୍ୟବହାର କରୁଥିବାର ଅଭିଯୋଗ ଆସିଛି . କଟକ ମହାନଦୀ ବିହାରର ସୁରେନ୍ଦ୍ର ବାରିକ ନାମକ ଠିକାଦାର ସେମାନଙ୍କୁ ନିୟୋଜିତ କରିଥିବା ବେଳେ , କାମ କରିବା ପର ଠାରୁ ମାତ୍ର ଦୁଇ ମାସର ପାରିଶ୍ରମିକ ଦେଇ ଆଉ ପ୍ରାପ୍ୟ ଦେଉନାହିଁ . ବକେୟା ପ୍ରାପ୍ୟ ପାଇବା ନିମନ୍ତେ କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ନିବେଦନ କରିଛନ୍ତି ସମ୍ପୃକ୍ତ କର୍ମଚାରୀ . ତେବେ ଘଟଣାର ସମାଧାନ କରି କର୍ମଚାରୀ ମାନଙ୍କୁ ଯଥାଶୀଘ୍ର ପ୍ରାପ୍ୟ ପ୍ରଦାନ କର ନଗଲେ , ଯୁବ କଂଗ୍ରେସ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯିବ ବୋଲି ବାଙ୍କୀ ବ୍ଲକ ଯୁବ କଂଗ୍ରେସ ସଭାପତି ପ୍ରକାଶ କରିଛନ୍ତି .

Leave a Reply

Your email address will not be published. Required fields are marked *