ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଦିନ ଦ୍ୱିପହରରେ ରାସ୍ତା ମଝିରେ ବନ୍ଧୁକ ମୁନରେ ଲୁଟ୍ । ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଆଙ୍କୁଲା ପଦର ଗ୍ରାମର ଲଲାଟ କୁମାର ବେହେରା ଓ ତାଙ୍କ ଝିଅ ସୁନିତା ବେହେରା ଲୁଟ୍ ର ଶିକାର ହୋଇଛନ୍ତି । ଘଟଣାରୁ ପ୍ରକାଶ ଯେ , ମଧ୍ୟାହ୍ନ ସମୟରେ ଲଲାଟ ଓ ତାଙ୍କ ଝିଅ ସୁନିତା ଖୋର୍ଦ୍ଧାରୁ ଟୀକା ନେଇ ଫେରୁଥିଲେ । ଏ ସମୟରେ ପୁର୍ବରୁ ଏକ ମୋଟର ସାଇକେଲରେ ଏମାନଙ୍କ ପିଛା କରି ଆସୁଥିବା ଦୁର୍ବୁତ୍ତ ଭାଟପଡା ଓ ବିଂଝିଳା ମଧ୍ୟବର୍ତ୍ତୀ ଏକ ନିକାଞ୍ଚନ ଜାଗାରେ ଲଲାଟଙ୍କ ଗାଡି ଅଟକାଇ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଭୟଭୀତ କରାଇଥିଲେ । ସେମାନେ ଏହାର ପ୍ରତିବାଦ କରିବାରୁ ଦୁର୍ବୁତ୍ତ ଉଭୟଙ୍କୁ ମାଡ ମାରିବା ସହ ଲାତ ଗୋଇଠା ମାରି ଲହୁ ଲୁହାଣ କରିଥିବା ବେଳେ ସୁନିତାଙ୍କ ଚଷମା ଓ ଲଲାଟଙ୍କ ହେଲମେଟ ଭାଙ୍ଗି ଦେଇଥିଲେ । ଝିଅ ସୁନିତା ପିନ୍ଧିଥିବା ୧୨ ଗ୍ରାମ ସୁନା ଚେନ ସହ ଲଲାଟଙ୍କ ମନି ପର୍ସ ସାଙ୍ଗକୁ ନଗଦ ୫୦୦୦ ଟଙ୍କା ଓ ଅତ୍ୟାବଶ୍ୟକ କାଗଜପତ୍ର ଲୁଟିନେଇ ଫେରାର ହୋଇ ଯାଇଥିଲେ ଦୁର୍ବୁତ୍ତ । ଲଲାଟ କୁମାର ବେହେରା ବାଣପୁର ମେଡିକାଲ କୁ ଯାଇ ଚିକିତ୍ସା କରାଇବା ସହ ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିବାର ସୂଚନା ମିଳିଛି ।
ଦିନ ଦ୍ଵିପ୍ରହର ରେ ବନ୍ଧୁକ ମୁନରେ ବାପ ଝିଅଙ୍କ ଠୁ ଲୁଟ୍ !!!

