ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ରାଜ୍ୟର ସର୍ବ ପୁରାତନ ସାମ୍ବାଦିକ ସଂଘ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ହେଲେ ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘର ଜିଲ୍ଲା ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରମୋଦ ପଟ୍ଟନାୟକ । ରାଜଧାନୀରେ ଆୟୋଜିତ ସଂଘ ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଏହି ନିଷ୍ପତ୍ତି ଗ୍ରହଣ ହୋଇଥିବାର ସୂଚନା ମିଳିଛି । ସଂଘର ପୂର୍ବତନ ରାଜ୍ୟ ସଭାପତି ସଭାପତି ଡ. ଜିମୁତ ମଙ୍ଗରାଜଙ୍କର ଦୁର୍ଘଟଣାରେ ବିୟୋଗ ପରେ ଏହି ପଦବୀ ଖାଲି ପଡିଥିଲା . ବୈଠକରେ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ସାଧାରଣ ସମ୍ପାଦକ ସଂଘ ର ସ୍ଥିତି ସମ୍ପର୍କରେ ସୂଚନା ଦେଇଥିଲେ । ସଂଘ ର ବିଧି ଅନୁସାରେ ସର୍ବ ସମ୍ମତି କ୍ରମେ ପ୍ରମୋଦ ପଟ୍ଟନାୟକ ଙ୍କୁ ରଜ୍ୟ ସଙ୍ଘର ସଭାପତି ଭାବେ ଘୋଷଣା କରାଯାଇଥିଲା । ଏହି ବୈଠକରେ ରାଜ୍ୟର ସମସ୍ତ ଜିଲ୍ଲା ସଭାପତି, ସମ୍ପାଦକ , ରାଜ୍ୟ କାର୍ଯ୍ୟକାରିଣୀ ସମସ୍ତ ସଦସ୍ୟ ଏବଂ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ପ୍ରମୋଦ ପଟ୍ଟନାୟକଙ୍କ ନାମ ରାଜ୍ୟ ସଭାପତି ଭାବେ ଘୋଷଣା ହେବା ପରେ ଶ୍ରୀ ପଟ୍ଟନାୟକ ଙ୍କୁ ନୟାଗଡ଼ ଡିଜିଟାଲ ମିଡିଆ ଆସୋସିଏସନ୍ ଏବଂ ବହୁ ସାମ୍ବାଦିକ ବ୍ୟକ୍ତିଗତ ଭାବେ ଶୁଭେଚ୍ଛା ଜଣାଇଥିବା ବେଳେ ନୟାଗଡ଼ ଜିଲ୍ଲାର ବିଭିନ୍ନ ସଙ୍ଗଠନ ଶୁଭେଚ୍ଛା ଜଣାଇଛନ୍ତି ।
ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ହେଲେ ପ୍ରମୋଦ ପଟ୍ଟନାୟକ !!!

