ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଆବାସ ଯୋଜନାରୁ ବଞ୍ଚିତ ଚିଲିକା ବଉଳାବନ୍ଧ ପଞ୍ଚାୟତ . ଦୀର୍ଘ ଦିନ ଧରି ଚାଳ ଛପର ଘରେ ଚାଲି ଆସୁଛନ୍ତି ପାଖ ପାଖି ୨୨ ଟି ପରିବାର । ଘଟଣା ହେଉଛି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍ ଅଧିନସ୍ଥ ବଉଳାବନ୍ଧ ପଂଚାୟତ ର , ଯେଉଁଠି ଆଜି ପର୍ଯ୍ୟନ୍ତ ପହଂଚି ପାରୁନି ସରକାରଙ୍କ ର ଯୋଜନା । ସତରେ ଏକଥା ଶୁଣିବାକୁ ହୁଏତ ମିଛ ଲାଗିପାରେ କିନ୍ତୁ ଏହା ବାସ୍ତବ ଏବଂ ସତ । ବିଗତ ଦିନରେ ଫନୀ, ହୁଡୁ ହୁଡୁ , ପାଇଲିନ ଭଳି ବାତ୍ୟା ଚାଲିଯାଇଥିଲେ ମଧ୍ୟ ଏମାନଙ୍କୁ ମିଳି ପାରିଲାନି ସରକାରଙ୍କ ତରଫରୁ ଘର ଖଣ୍ଡିଏ । ସମସ୍ତେ ବାରମ୍ବାର ଗ୍ରାମର ସରପଞ୍ଚକୁ ଜଣାଇବା ପରେ ସରପଞ୍ଚ ମଧ୍ୟ ସେମାନଙ୍କ ସମସ୍ୟାର ଦୂରୀକରଣ ପାଇଁ ବ୍ଲକ୍ ପ୍ରଶାସନ ପାଖରେ ଜଣାଇଥିଲେ , ହେଲେ କିଛି ସୁଫଳ ମିଳି ପାରିନଥିଲା । ତେଣୁ ପରବର୍ତ୍ତୀ ସମୟରେ ସେ ବାଧ୍ୟ ହୋଇ ସମସ୍ତ ଗ୍ରାମ ବାସି ମାନଙ୍କର ସମସ୍ୟାକୁ ଦୁର କରିବା ପାଇଁ ଜିଲ୍ଲାପାଳ ଙ୍କ ଅଫିସ କୁ ଯିବାପାଇଁ ଅଣ୍ଟା ଭିଡିଥିଲେ । ଗ୍ରାମର ୨୨ ପରିବାରର ସମସ୍ୟାକୁ ନେଇ ଓ ସେମାନଙ୍କୁ କିପରି ଭାବରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯିବ ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚି ଲିଖିତ ଦରଖାସ୍ତ ମଧ୍ୟ ଦେଇଛନ୍ତି । ସ୍ଥାନୀୟ ସରପଞ୍ଚଙ୍କର ଏପରି କାମକୁ ବୁଦ୍ଧିଜୀବୀ ମହଲରେ ଅନେକ ପ୍ରଶଂସା ମିଳିଛି । ତେବେ ଦେଖିବାକୁ ବାକି ରହିଲା କେବେ ଦୂର ହେଉଛି ୨୨ ପରିବାର ର ସମସ୍ୟା ।
ଆବାସ ଯୋଜନାରୁ ବଞ୍ଚିତ ଚିଲିକା ବଉଳାବନ୍ଧ ପଞ୍ଚାୟତର ୨୨ ପରିବାର !!!

