କର୍ତ୍ତୁପକ୍ଷଙ୍କ ତ୍ରୁଟି କାରଣରୁ ପରୀକ୍ଷା ଦେବାରୁ ଛାତ୍ର ବଞ୍ଚିତ : ପ୍ରଶାସନକୁ କଲେ ଗୁହାରୀ !!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ମହାବିଦ୍ୟାଳୟ ର କର୍ମକର୍ତ୍ତା ଙ୍କ ଖାମଖିଆଲି ମନୋଭାବ ଯୋଗୁ ପରୀକ୍ଷା ଦେବାରୁ ବଞ୍ଚିତ ହେଲେ ଛାତ୍ର . କରୋନା କଟକଣା କାରଣରୁ କ୍ଲାସ ପାଠପଢା ନଷ୍ଟ ହୋଇଥିବା ସ୍ଥଳେ , ଏବେ ପରୀକ୍ଷା ଦେଇ ନପାରିବା ତାଙ୍କୁ ମାନସିକ ଭାବରେ ଆଘାତ ଦେଇଥିବାର ଅଭିଯୋଗ ଆଣିଛନ୍ତି . ବାଧ୍ୟ ହୋଇ ସରକାରୀ ସ୍ତରର ହସ୍ତକ୍ଷେପ ପାଇଁ ବାଙ୍କୀ ପ୍ରଶାସନକୁ ଅଭିଯୋଗ କରିଛନ୍ତି । ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ଓ କର୍ମଚାରୀ ମାନଙ୍କର ଏପରି ବେପରୱା ନୀତି କାରଣରୁ ଛାତ୍ରଙ୍କର ଗୋଟିଏ ପୁରା ବର୍ଷ ନଷ୍ଟ ହେବାକୁ ବସିଛି । କଲେଜ ପରିସରରେ ଏବଂ କାର୍ଯ୍ୟାଳୟରେ ହେଉଥିବା ଏପରି ଅନେକ କାମର ଶିକାର ହେଉଛନ୍ତି ନିରୀହ ଛାତ୍ର ଛାତ୍ରୀ । ବିନା କାରଣରେ ବର୍ଧିତ ଫିସ୍ ହେଉ କିମ୍ବା ପରୀକ୍ଷା ସମୟରେ ପିଲାମାନଙ୍କୁ ଧମକଚମକ । କେଉଁ ଥିରେ ବି ପଛାଉ ନାହାନ୍ତି କିଛି ମୁଷ୍ଟିମେୟ ଗୋଷ୍ଠୀ । ପୂର୍ବରୁ କଲେଜ ବିରୁଦ୍ଧରେ ଅନେକ ଖବର ପ୍ରସାରଣ କରାଯାଇଥିଲେ ମଧ୍ୟ ଖାତିର କରୁନାହାନ୍ତି କର୍ମଚାରୀ । କାହା ଇସାରାରେ ଚାଲିଛି ଏହି ସ୍ୱୟଂଶାସିତ ମହାବିଦ୍ୟାଳୟ । ବେଆଇନ ନିଯୁକ୍ତି ହେଉ ବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଆସୁଥିବା ଟଙ୍କା ସବୁ କୁ ଫଲ୍ସ ବିଲ କରି ଚଳୁ କରିବା ହେଉ ସବୁଥିରେ ମାହିର ଅଛନ୍ତି ଏହି ମହାବିଦ୍ୟାଳୟର ଏକ ଗୋଷ୍ଠୀ । ତେବେ ସବୁପରେ ପିଲାଙ୍କ ଭବିଷ୍ୟତ ସହ ଏପରି ଖେଳ ଖେଳିବା କେତେ ଠିକ୍ ତାହାର ବିଚାର ଖୋଦ ଉଚ୍ଚଶିକ୍ଷା ବିଭାଗ ଅଧିକାରୀ କରିବେ ବୋଲି ଆଶା ରଖିଛନ୍ତି ପରୀକ୍ଷା ଦେବାରୁ ବାଦ୍ ପଡି ଏକ ବର୍ଷ କ୍ୟାରିଅର ନଷ୍ଟ ହେବାକୁ ଯାଉଥିବା ଛାତ୍ର ପ୍ରିୟ ରଞ୍ଜନ ନାୟକ । ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଭାବେ ଦାୟିତ୍ୱ ନେଇଥିବା ଏଡିଏମ୍ ମହୋଦୟ ଏହାକୁ ଦୃଷ୍ଟି ଦେଇ ପିଲାଟିର ଭବିଷ୍ୟତ ଉପରେ ଧ୍ୟାନ ଦେବେ ବୋଲି ଛାତ୍ରଛାତ୍ରୀ ମାନେ ଆଶା ପ୍ରକଟ କରିଛନ୍ତି . ଅନ୍ୟ ପକ୍ଷରେ ଜଣେ ଛାତ୍ର ପରୀକ୍ଷା ଦେବାରୁ ବଞ୍ଚିତ ହେବା ଘଟଣାରେ ପ୍ରକୃତ ତଥ୍ୟ ସାଧାରଣ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରଦାନ କରି କାହାର ଭୁଲ୍ କାହାର ଠିକ ତହାର ସତ୍ୟାସତ୍ୟ ଲୋକ ଲୋଚନକୁ ଆସିବା ଆବଶ୍ୟକ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଅପର ପଟେ କଲେଜ ଅଧ୍ୟକ୍ଷ ଛୁଟିରେ ଥିବାରୁ ତାଙ୍କର ପ୍ରତିକ୍ରିୟା ମଳିପାରି ନଥିବା ବେଳେ , ଦାୟିତ୍ୱରେ ଥିବା ପ୍ରଧ୍ୟାପକ ମନୋଜ କୁମାର ମହାପାତ୍ର ଘଟଣା ସମ୍ପର୍କରେ କିଛି ଜାଣି ନଥିବା ସଫେଇ ଦେଇଛନ୍ତି । ତେବେ ଏ ସଂକ୍ରାନ୍ତରେ ଏକ୍ଜାମିନର ଦାୟିତ୍ୱ ରେ ଥିବା ଅଧିକାରୀ ମାନେ ପ୍ରତିକ୍ରିୟା ଦେବା ପାଇଁ ରୋକଠୋକ୍ ମନା କରିଦେଇଛନ୍ତି ।

Leave a Reply

Your email address will not be published. Required fields are marked *