ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ବୋହୂର କୁରାଢ଼ି ଚୋଟରେ ଶ୍ୱଶୁର ମୃତ । ଏପରି ଅଭାବନୀୟ ଖବର ଯାଜପୁର ଜିଲ୍ଲା ପାଣିକୋଇଲି ଅଞ୍ଚଳରେ ସାମନାକୁ ଆସିଛି . ଶ୍ୱଶୁର କୁ ହାଣିଲା ବୋହୁ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ରଣପାଳ ଗାଁ ବେଲଗାଡ଼ିଆରେ । ପାରିବାରିକ କଳହ କାରଣରୁ ବୋହୁ ରୁପା ହାତୀ ର କୁରାଢ଼ି ଚୋଟରେ ଶ୍ୱଶୁର ପବନା ହାତୀ ମୃତ୍ୟୁ ବରଣ କରିଛନ୍ତି . ପାରିବାରିକ କଳହ ରୁ ଏପରି ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି । ୫ ଦିନ ପୂର୍ବ ରୁ ବିଲରେ ଶ୍ୱଶୁର, ବୋହୁ ଏବଂ ଶାଶୁ କାମ କରୁଥିବା ବେଳେ ପ୍ରଥମେ ଶାଶୁ ଏବଂ ଶଶୁର ଙ୍କ ମଧ୍ୟରେ ଝଗଡା ଲାଗିଥିଲା । ସଙ୍ଗେ ସଙ୍ଗେ ବୋହୁ ଧାନ ତଳି ଫୋପାଡ଼ି ବିଲ ରୁ ଚାଲି ଆସିଥିଲେ । ସନ୍ଧ୍ୟା ସମୟରେ ସମସ୍ତେ ଘରକୁ ଫେରିବା ପରେ ବୋହୁ ନିଜ ବାପ ଘରକୁ ଯିବାକୁ ତାର ସ୍ୱାମୀକୁ କହିଥିଲା । ପୁଅ ମନା କରିବାରୁ ବୋହୁ ଉତ୍ୟକ୍ତ ହୋଇ ପୁଣିଥରେ ଘରେ ପାଟିତୁଣ୍ଡ କରିଥିଲା । ତେବେ ଗତ କାଲି ଶ୍ୱଶୁର ଘର ବାରଣ୍ଡାରେ ବସି ଭଜନ ବୋଲୁଥିବା ବେଳେ ବୋହୂ ଏକ କୁରାଢ଼ି ସାହାଯ୍ୟରେ ଶ୍ୱଶୁର ଙ୍କ ପଛପଟୁ ବେକ ଓ ପିଠି କୁ ଚୋଟ ମାରିବାରୁ ଶ୍ୱଶୁର ଙ୍କ ର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଆଜି ସକାଳୁ ଖବର ପାଇ ପାଣିକୋଇଲି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଧିକ ତଦନ୍ତ ନିମନ୍ତେ ସାଇଣ୍ଟିଫିକ ଟିମ ଡକାଯାଇଛି । ତେବେ ଘଟଣା ଘଟାଇ ବୋହୂ ଫେରାର ହୋଇ ଯାଇଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।