ଆରଟିଆଇ ତଥ୍ୟ ଆଧାରରେ ଧମକ ଦେଇ ଟଙ୍କା ମାଗିବା ସମ୍ପର୍କରେ ଅଭିଯୋଗ !!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଆରଟିଆଇ ତଥ୍ୟ ଆଧାରରେ ଧମକ ଦେଇ ଟଙ୍କା ମାଗିବା ସମ୍ପର୍କରେ ଅଭିଯୋଗ . ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସୁଆଖାଇକଟେଣୀ ର ସରପଞ୍ଚ ମାୟାଧର ମହାଳିକ ଏକ ନିର୍ଦ୍ଦିଷ୍ଟ ୱେବ ମିଡ଼ିଆ ନାମରେ ଜିଲ୍ଲାପାଳଙ୍କ ପାଖରେ ଏପରି ଅଭିଯୋଗ ଆଣିଛନ୍ତି । ବର୍ତ୍ତମାନ ଜିଲ୍ଲାରେ ପ୍ରିଣ୍ଟ ଇଲେକ୍ଟ୍ରୋନିକ୍ସ ସମେତ କିଛି ୱେବ ମିଡ଼ିଆ ମାନେ ଜନସେବା କ୍ଷେତ୍ରକୁ ଆସିଛନ୍ତି । ଏହା ନିଶ୍ଚିତ ଭାବରେ ସ୍ୱାଗତଯୋଗ୍ୟ କଥା । ସାଧାରଣ ଲୋକଙ୍କ ସମସ୍ୟାକୁ ଲୋକ ଲୋଚନକୁ ଆଣିବା କୌଣସି ମହତ କାର୍ଯ୍ୟରୁ କମ୍ ନୁହେଁ । ହେଲେ ତାଙ୍କର ଅଭିଯୋଗ ଅନୁସାରେ ବିଡମ୍ବନା ବିଷୟ କି , କିଛି ୱେବ ମିଡିଆର ଖବରଦାତା ସେମାନଙ୍କ କ୍ଷମତାର ଦୁରୁପଯୋଗ କରୁଛନ୍ତି । ଢେଙ୍କାନାଳ ଜିଲ୍ଲା ସ୍ତରରେ ଖବର ପ୍ରସାରଣ କରୁଥିବା ଏକ ସଂସ୍ଥାର ଦୁଇ କଣ ପ୍ରତିନିଧି ଗତ ମଇ ୨ ରେ ସୂଚନା ଅଧିକାର ଆଇନ ରେ ମିଳିଥିବା କିଛି କାଗଜପତ୍ର ସହିତ ତାଙ୍କ ପାଖକୁ ଯାଇ ପଞ୍ଚାୟତର ଅଫିସ ଗୃହ କାମରେ କେଳେଙ୍କାରୀ ଦର୍ଶାଇ ସରପଞ୍ଚ ଙ୍କ ସହିତ କଥା ହୋଇଥିଲେ । ଏବଂ ପ୍ରତିକ୍ରିୟା ନେବା ଦର୍ଶାଇ ଏହି ମିଥ୍ୟା ଅଭିଯୋଗ ଟିଭି ଓ ମୋବାଇଲରେ ଦେଖାଇବାକୁ ଧମକ ଦେବା ସହ ତାଙ୍କୁ ଟଙ୍କା ମାଗିଥିଲେ ବୋଲି ଅଭିଯୋଗ ହୋଇଛି । ଏପରିକି ଟଙ୍କା ନଦେଲେ ମୁଖା ଖୋଲିଦେବୁ ବୋଲି ମଧ୍ୟ ଚେତାବନୀ ଦେଇଥିଲେ । ଏବେ ସୁଦ୍ଧା ଫୋନ ବାର୍ତ୍ତାଳାପ ଜରିଆରେ ତାଙ୍କୁ ବିଭିନ୍ନ ଧମକ ମଧ୍ୟ ଦେଉଛନ୍ତି ବୋଲି ସମ୍ପୃକ୍ତ ସରପଞ୍ଚ ଅଭିଯୋଗ କରିଛନ୍ତି । ଜିଲ୍ଲାପାଳ ମହାଶୟ ଘଟଣାର ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ରଖିଛନ୍ତି ଅଭିଯୋଗକାରୀ । ଦାବିପତ୍ର ପ୍ରଦାନ ସମୟରେ ସରପଞ୍ଚଙ୍କ ସମେତ ପ୍ରଦ୍ୟୁମ୍ନ ସାହୁ, ଝରଣା ସାହୁ , ସବିତା ମହାଳିକ ଙ୍କ ସମେତ ଅନ୍ୟ କିଛି ପଞ୍ଚାୟତ ବାସିନ୍ଦା ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *