ସାମାଜିକ ଗଣମାଧ୍ୟମରେ ସମାଧାନର ରାସ୍ତା : ଟୁଇଟର ଆକାଉଣ୍ଟ କୁ ଗୁରୁତ୍ୱ !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଜନସାଧାରଣଙ୍କ ଅଭିଯୋଗ ଶୁଣାଣି ନିମନ୍ତେ ଜିଲ୍ଲାର ସମସ୍ତ ବ୍ଲକ, ତହସିଲ , ଥାନା ସମେତ ବିଭିନ୍ନ ବିଭାଗ ନିଜର ଟୁଇଟର ଆକାଉଣ୍ଟ ଖୋଲିବା ନିମନ୍ତେ ନିବେଦନ . କରୋନା ମହାମାରୀ ସମୟରେ ଢେଙ୍କାନାଳ ଜିଲ୍ଲାର ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜିଲ୍ଲାଟି ଗ୍ରାମ ବହୁଳ ହୋଇଥିବାରୁ ଗ୍ରାମାଞ୍ଚଳରେ ରହୁଥିବା ଜନସାଧାରଣ ସେମାନଙ୍କ ସମସ୍ୟା ସମ୍ପର୍କରେ କରୋନା କଟକଣା ଯୋଗୁଁ ପ୍ରଶାସନିକ ସ୍ତରରେ ପହଞ୍ଚି ପାରୁ ନଥିବାରୁ ବିଭିନ୍ନ ସୋସିଆଲ ମେଡିଆରେ ତାହାର ସମାଧାନ ନିମନ୍ତେ ଆରମ୍ଭ ହୋଇଛି ପ୍ରୟାସ । ଗ୍ରାମାଞ୍ଚଳ ତଥା ବ୍ଲକ ସ୍ତରୀୟ ଅଧିକାରୀ ମାନଙ୍କର ଟୁଇଟର ଆକାଉଣ୍ଟ ଗୁଡିକ ସଠିକ ଭାବରେ ସକ୍ରିୟ କରାଯିବା ସହିତ ପ୍ରଶାସନିକ ଅଧିକାରୀ ମାନଙ୍କ ଦ୍ୱାରା ଦିଆ ଯାଇଥିବା ନିର୍ଦ୍ଦେଶକୁ ସୂଚାରୁ ରୂପେ ପାଳନ କରିବା ସହ ତାର ଫଟୋ ସହ ଅପଲୋଡ କରାଗଲେ ସମାଧାନର ବାଟ ସହଜରେ ହୋଇପାରିବ । ଏହା ସହିତ ଜନସାଧାରଣ, ସରକାର ଏବଂ ପ୍ରଶାସନର କାର୍ଯ୍ୟ ଉପରେ ଆସ୍ଥା ପ୍ରକଟ କରିବା ସହଜ ହୋଇ ପାରିବ । ଜିଲ୍ଲାର ସମସ୍ତ ବ୍ଲକ, ତହସିଲ , ଥାନାଧିକାରୀ ଏବଂ ପଞ୍ଚାୟତ ଅଧିକାରୀ ମାନଙ୍କୁ ଟୁଇଟରରେ ନିଜ ପ୍ରଶାସନିକ କାର୍ଯ୍ୟାଳୟ ନାମରେ ଆକାଉଣ୍ଟ ଖୋଲି ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି କିଛି ବୁଦ୍ଧିଜୀବି । ଏ ସମ୍ପର୍କରେ ଏକ ଦାବିପତ୍ର କୁ ପ୍ରଦାନ କରିଛନ୍ତି ଅଙ୍କିତା ସାହୁ, ପ୍ରତ୍ୟୁଷ ପ୍ରଧାନ, ଅଶୋକ ବେହେରାଙ୍କ ସମେତ ଅନ୍ୟ କେତେକ ବୁଦ୍ଧିଜୀବି ।

Leave a Reply

Your email address will not be published. Required fields are marked *