କେନ୍ଦ୍ରାପଡା ଅବକାରୀ ବିଭାଗ ଦ୍ୱାରା ନଗଦ ଟଙ୍କା ସହିତ ୨୫ ଗ୍ରାମ ବ୍ରାଉନ ସୁଗାର ଜବତ ।

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡା ଅବକାରୀ ବିଭାଗ ଦ୍ୱାରା ନଗଦ ଟଙ୍କା ସହିତ ୨୫ ଗ୍ରାମ ବ୍ରାଉନ ସୁଗାର ଜବତ । ଆଜି କେନ୍ଦ୍ରାପଡା ଅବକାରୀ ବିଭାଗକୁ ମିଳିଛି ଫୁଣି ଏକ ବଡ଼ ସଫଳତା । ପଟ୍ଟାମୁଣ୍ଡାଇ ଅଞ୍ଚଳ ରୁ ୨୫ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହିତ ନଗଦ 48 ହଜାର ଟଙ୍କା ମଧ୍ୟ ଜବତ ହୋଇଥିବାର ସୂଚନା ମିଳିଛି ! ଜବତ ହୋଇଥିବା ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ଚାରି ଲକ୍ଷରୁ ଅଧିକ ହେବ ଜଣାଯାଇଛି । ଅନ୍ୟ ପକ୍ଷରେ ବ୍ରାଉନ ସୁଗାର ଚୋରା ଚାଲାଣ ଅଭିଯୋଗରେ ପଟ୍ଟାମୁଣ୍ଡାଇ ଅଞ୍ଚଳର ମିନତୀ ନାୟକ ନାମକ ଜଣେ ଯୁବତୀକୁ ଗିରଫ କରାଯାଇଛି । ପଟ୍ଟାମୁଣ୍ଡାଇ ଅଞ୍ଚଳରେ ହେଉଥିବା ବ୍ରାଉନ ସୁଗାର କାରବାର ସମ୍ପର୍କରେ ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଅଚାନକ ଚଢାଉ କରି ବ୍ରାଉନ ସୁଗାର ଓ ନଗଦ ଟଙ୍କା ଜବତ କରିବା ସହ ବ୍ରାଉନ ସୁଗାର ବ୍ୟବସାୟୀକୁ ଗିରଫ କରିଛି ।