ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ବିଭିନ୍ନ ଦାବି ନେଇ ରାଜ୍ୟ ସରକାରଙ୍କୁ ଡ୍ରାଇଭର ମହାସଂଘ ତରଫରୁ ଦାବିପତ୍ର ପ୍ରଦାନ . ଓଡିଶା ଡ୍ରାଇଭର ମହାସଙ୍ଘର ଢେଙ୍କାନାଳ ଶାଖା ତରଫରୁ ଢେଙ୍କାନାଳ ଜିଲ୍ଲାପାଳଙ୍କ ମାଧ୍ୟମରେ ମାନ୍ୟବର ଓଡିଶା ସରକାରଙ୍କୁ ବିଭିନ୍ନ ଦାବି ସମ୍ପର୍କରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସେମାନଙ୍କର ଦାବି ଗୁଡ଼ିକ ହେଲା , ଡ୍ରାଇଭର ମାନେ ଜନସାଧରଣଙ୍କର ଯେଉଁ ଆକ୍ରୋଶର ଶିକାର ହେଉଛନ୍ତି ସେଥିପାଇଁ ସରକାର ଏକ ସ୍ୱତନ୍ତ୍ର ଆଇନ ପ୍ରଣୟନ କରନ୍ତୁ , ଡ୍ରାଇଭର ମାନଙ୍କର ବିଶ୍ରାମ ତଥା ଗାଡ଼ି ପାର୍କିଙ୍ଗ ପାଇଁ ବ୍ୟବସ୍ଥା ସହ ବିଶ୍ରାମ ଘର ଓ ଶୌଚାଳୟ ବ୍ୟବସ୍ଥା କରିବା , ଡ୍ରାଇଭର ମାନଙ୍କର ପରିବାରକୁ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରି ଅନୁଦାନ ପ୍ରଦାନ କରିବା , ସେମାନଙ୍କୁ ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ 25 ଲକ୍ଷ ଏବଂ ଅକର୍ମଣ୍ୟ ହୋଇଗଲେ 10 ଲକ୍ଷର କ୍ଷତି ପୂରଣ ପ୍ରଦାନ କରିବା , ସେମାନଙ୍କୁ ଦ୍ୱିତୀୟ ସୈନିକର ମାନ୍ୟତା ପ୍ରଦାନ ସହିତ 55 ବର୍ଷ ପରେ ପେନସନ ପ୍ରଦାନ କରିବା ଇତ୍ୟାଦି । ବିଭିନ୍ନ ସମସ୍ୟାର ସମାଧାନ ଦାବୀ କରି ମହାସଂଘ ତରଫରୁ ସରକାରଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ । ଢେଙ୍କାନାଳ ଶାଖା ତରଫରୁ ରାଜ୍ୟ ଡ୍ରାଇଭର ମହାସଂଘ ଏକ ରାଲି ବାଜିଚୌକ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲା । ଆୟୋଜିତ ରାଲି ରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଗାଡି ଚାଳକ ଯୋଗ ଦେଇଥିଲେ ।
ବିଭିନ୍ନ ଦାବି ନେଇ ରାଜ୍ୟ ସରକାରଙ୍କୁ ଡ୍ରାଇଭର ମହାସଂଘ ତରଫରୁ ଦାବିପତ୍ର !!!

