କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ ମଲ୍ଲ : ପାରିବାରିକ କଳହ କୁ ନେଇ ମରଣାନ୍ତକ ଆକ୍ରମଣ , ଥାନାରେ ଅଭିଯୋଗ । କେନ୍ଦ୍ରାପଡା ଜିଲ୍ଲା ସଦର ଥାନା ଅନ୍ତର୍ଗତ ଟୁବି ହୁଡା ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଅଭିଯୋଗ ମୁତାବକ ଦୀର୍ଘ ଦିନର ପାରିବାରିକ କଳହକୁ କେନ୍ଦ୍ରକରି ଘଟିଯାଇଛି ତୁମୁଳ କାଣ୍ଡ . ଗତକାଲି ସ୍ୱାଧୀନ ସ୍ୱାଇଁ ପାଖ କେନାଲ ବନ୍ଧକୁ ଶୌଚ ହେବା ପାଇଁ ଯାଇ ଘରକୁ ଫେରୁଥିବା ସମୟରେ ତାଙ୍କର ବଡବାପା ବଳରାମ ସ୍ୱାଇଁ ଙ୍କ ସମେତ ତାଙ୍କର ଦୁଇ ପୁଅ ହାତରେ ଲୁହା ରଡ଼ ଓ ଭୁଜାଲି ଧରି ନାଳ ବନ୍ଧରୁ ଟାଣିନେଇ ମରଣାନ୍ତକ ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି . ସ୍ୱାଧୀନ ସ୍ୱାଇଁଙ୍କ ବାପା କୈଳାଶ ଚନ୍ଦ୍ର ସ୍ୱାଇଁ ସଦର ଥାନାରେ ଅଭିଯୋଗ କରିଛନ୍ତି । ଘଟଣା ସମ୍ପର୍କରେ ଆମେ କେନ୍ଦ୍ରାପଡା ସଦର ଅଧିକାରୀ ଙ୍କ ପ୍ରତିକ୍ରିୟା ଲୋଡିଥିଲୁ ହେଲେ ଥାନା ଅଧିକାରୀ ଅନୁପସ୍ଥିତ ଥିବାରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।
ପାରିବାରିକ କଳହ କୁ ନେଇ ମରଣାନ୍ତକ ଆକ୍ରମଣ : ଥାନାରେ ଅଭିଯୋଗ ।

