୫୩୧ତମ ଦିବସରେ ପହଞ୍ଚିଲା କରୋନା ସଚେତନତା ଏବଂ ରିଲିଫ ପ୍ରଦାନ କାର୍ଯ୍ୟକ୍ରମ ।

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ମହାମାରୀ କରୋନା ସଂକ୍ରମଣ ପରିସ୍ଥିତିରେ ନିରବଚ୍ଛିନ୍ନ ଭାବରେ ସେବା କାର୍ଯ୍ୟ ଜାରି ରଖିଛି ସାମାଜିକ ସଂଗଠନ ଚିନ୍ମୟ ଫାଉଣ୍ଡେସନ . ଗତ ୨୨ମାର୍ଚ୍ଚ ୨୦୨୦ ମସିହାରୁ ଅଦ୍ୟାବଧି ୫୩୧ଦିନ ଧରି ନିଜ ଜୀବନକୁ ବାଜି ଲଗାଇ ନିରସ୍ତ୍ର ସୈନିକ ଭାବରେ ମହାମାରୀ କରୋନା ସହ ଲଢ଼ି ଆସୁଛନ୍ତି ବାବଲପୁର ସ୍ଥିତ ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନର ସଦସ୍ୟ । ଏହି ପରିପ୍ରେକ୍ଷୀରେ ଫାଉଣ୍ଡେସନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶ କ୍ରମେ ଆଜି ସଚେତନତା କାର୍ଯ୍ୟକ୍ରମର ୫୩୧ ତମ ଦିବସରେ ଫାଉଣ୍ଡେସନ ଦ୍ୱାରା ପରିଚାଳିତ ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପର କଳାକାର ମାନଙ୍କୁ ନେଇ ଏକ କରୋନା ସଚେତନତା ପଦଯାତ୍ରା ସ୍ଥାନୀୟ ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ମଙ୍ଗପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ସଚେତନତା କାର୍ଯ୍ୟକ୍ରମର ନିଷ୍ପାଦକ ମାଷ୍ଟର୍ ମିହିର କୁମାର, ସାମ୍ବାଦିକ ଜ୍ୟୋତି ଶଙ୍କର ରାୟ, ମୟୁରିକା ବେହୁରିଆ, ଦେବସ୍ମିତା ଜେନା, ଭାଗବତ ମଲ୍ଲିକ, ବର୍ଷାରାଣୀ ମାଝୀ, ରାଜକୁମାର ଦାସ, ନିହାର ରଞ୍ଜନ ମଲ୍ଲିକ, ବିକାଶ ଚନ୍ଦ୍ର ମଲ୍ଲିକ, ନିଳିମା ମଲ୍ଲିକ, ନିର୍ମଳ ଜେନା, ରକି ଦାସ, ରୁଦ୍ରପ୍ରକାଶ ଦାସ, ରଞ୍ଜନ ଜେନା ଆଦି ସହଯୋଗ କରିଥିଲେ । ସଂଗଠନର ସଦସ୍ୟ ମାନେ କୋଭିଡ ନିୟମାନୁସାରେ ସାମାଜିକ ଦୂରତା ବଜାୟ ରଖି ବିଭିନ୍ନ ସ୍ଥାନ ବୁଲି ବୁଲି ମହାମାରୀ କରୋନା ସମ୍ବନ୍ଧୀୟ ପ୍ଲାକାର୍ଡ ପ୍ରଦର୍ଶନ ସହ ସ୍ଲୋଗାନ ମାନ ଦେଇ ଲୋକମାନଙ୍କୁ ସଚେତନ କରୁଥିବାର ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *