ନରସିଂହପୁର ( ଆୱାଜ ମିଡ଼ିଆ ) – ଗୋପାଳ ଚନ୍ଦ୍ର ବେହେରା : ଅବସରପ୍ରାପ୍ତ ପ୍ରାଥମିକ ଶିକ୍ଷା ସଂଘ ସଭାପତି ବଳଭଦ୍ର କଟିକିଆ ଓ ସମ୍ପାଦକ ଅଗାଧୁ ନାୟକଙ୍କ ପରିଚାଳନାରେ ନରସିଂହପୁର ରେ ଗୁରୁଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ଦେବୀ ପ୍ରସାଦ ମିଶ୍ର , ବ୍ଲକ ଚେୟାରମ୍ୟାନ କିଶୋର ମିଶ୍ର , ଡିଆଇଇଟି ପ୍ରିନ୍ସିପାଲ ଅରବିନ୍ଦ ଆଚାର୍ଯ୍ୟ, ବିଇଓ ରବିନ୍ଦ୍ର କୁମାର ପ୍ରଧାନ ଅତିଥି ଭାବେ ଯୋଗଦାନ କରିଥିଲେ । ସେହିପରି ନରସିଂହପୁର ଲେଖକ ସାମ୍ମୁଖ୍ୟ ତରଫରୁ ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ର, ସମ୍ପାଦକ ଦେବଦତ୍ତ ମଳୟ କୁମାର ବରାଳଙ୍କ ପରିଚାଳନରେ ଗୁରୁଦିବସ ପାଳିତ ହୋଇଥିଲା । ନରସିଂହପୁରରେ ବିଭିନ୍ନ ବିଦ୍ୟାଳୟ ଓ ଅନ୍ୟ ଅନୁଷ୍ଠାନ ଗୁଡିକରେ ଗୁରୁଦିବସ ଯଥାବିଧି ପାଳିତ ହୋଇଯାଇଛି ।
ନରସିଂହପୁର ରେ ଗୁରୁଦିବସ ପାଳିତ ।

