ପଞ୍ଚାୟତ କାର୍ଯ୍ୟନିର୍ବାହୀଙ୍କ ମନମୁଖୀ କାମ : ବ୍ଲକ ରେ ଫେରାଦ ହେଲେ ଗ୍ରାମବାସୀ !!!

Spread the love

ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ୱଜିତ ବାରିକ : ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ମନମୁଖୀ କାମ , ବ୍ଲକ ରେ ଫେରାଦ ହେଲେ ଗ୍ରାମବାସୀ . ଭାପୁର ଵ୍କକ କଇଁଫୁଲିଆ ପଞ୍ଚାୟତର ତିରିଶ ରୁ ଅଧିକ ଗ୍ରାମବାସୀ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରିଣୀଙ୍କ ମନମୁଖୀ କାର୍ଯ୍ୟ ବିରୋଧରେ ଭାପୁର ବ୍କକ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି । ପଞ୍ଚାୟତର ଦୁଆଡିଆ ଗ୍ରାମରେ ଜଣେ ବ୍ୟକ୍ତିଙ୍କର ଚାରି ବଖରା ଛାତ ଘର ଥିବାବେଳେ ସେ କିପରି ଭାବରେ ଆବାସ ଯୋଜନା ପାଇଁ ଯୋଗ୍ୟ ବିବେଚିତ ହେଲେ , ତାହା ପାଲଟିଛି ବଡ ପ୍ରଶ୍ନ ??

ସେହିପରି ଜଣେ ବ୍ୟକ୍ତି ତିରିଶ ବର୍ଷରୁ ଅଧିକ ସମୟ ଧରି ଶଶୁର ଘରେ ରହି ଘରଦ୍ୱାର କରିଥିଲେ ମଧ୍ୟ ଆବାସ ପାଇଁ ଯୋଗ୍ୟ ବିବେଚିତ ହେବା ଘଟଣାକୁ ନେଇ ବଢିଛି ଅସନ୍ତୋଷ . ଅଯୋଗ୍ୟ କୁ ଯୋଗ୍ୟ ବିବେଚିତ ଓ ଯୋଗ୍ୟକୁ ଅଯୋଗ୍ୟ କରି ଆବାସ ଯୋଜନାରୁ ଅନେକ ହିତାଧିକାରୀ ଙ୍କୁ ବାଦ କରିଥିବା ନେଇ ଲିଖିତ ଅଭିଯୋଗ ହୋଇଛି । ସାତଦିନ ଭିତରେ ଉପଯୁକ୍ତ ତଦନ୍ତ ନ କଲେ ପଞ୍ଚାୟତ କାର୍ଯ୍ୟାଳୟ ଅଚଳ ସହିତ ଗଣଧାରଣା ପାଇଁ ଦେଲେ ଚେତାବନୀ ଦେଲେ ଉତ୍ତ୍ୟକ୍ତ ଗ୍ରାମବାସୀ । ତେବେ ଘଟଣା ସମ୍ପର୍କରେ ପିଇଓ ଙ୍କୁ ପଚାରିବାରେ , ସେ କହିଛନ୍ତି ମୁଁ କେବଳ ବ୍କକ ପ୍ରଶାସନକୁ ଷ୍ଟାଟସ୍ ରିପୋର୍ଟ ଦେଇଛି ।

Leave a Reply

Your email address will not be published. Required fields are marked *