ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ସରକାରଙ୍କ ସମସ୍ତ କୋଭିଡ-୧୯ ନିୟମ ପାଳନ କରି ଶ୍ରୀ ଗଣେଶ ଉତ୍ସବ ପାଳନ ହୋଇଯାଇଛି । ପାରଳାଖେମୁଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଶ୍ରୀ ଗଣେଶ ପୂଜା ଯଥାବିଧି ପାଳିତ ହୋଇଥିବା ସମୟରେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା । ବିଦ୍ୟାଳୟର ୯ମ ଓ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀ ମାନେ ଦୀପ, ଧୂପ, ଚନ୍ଦନ, ଅକ୍ଷତ, ଫୁଲ ଓ ଭୋଗ ଦେଇ ଶ୍ରୀ ଗଣେଶ ଚତୁର୍ଥୀ ଉତ୍ସବ ପାଳନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ପଣ୍ଡା ପରିଚାଳନା କରିଥିବା ବେଳେ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ ।
ପାରଳାଖେମୁଣ୍ଡି ରେ ଶ୍ରୀ ଗଣେଶ ଉତ୍ସବ ପାଳିତ !!!

