ଯୋଜନାର ପ୍ରଚାର ଅଧିକ , ହେଲେ ପହଂଚ କମ !!!

Spread the love

ନୟାଗଡ଼ ଜ଼ିଲ୍ଲା ରଣପୁର ବ୍ଲକ ଚମ୍ପାଗଡ଼ ପଞ୍ଚାୟତ ଶ୍ରୀକୃଷ୍ଣପୁର ଗ୍ରାମର ଅବହେଳିତ ପରିବାର

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : କେନ୍ଦ୍ର ଓ ରାଜ୍ୟ ସରକାର ଗରିବ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଥିଲେ ମଧ୍ୟ ସେଥିରୁ ବଞ୍ଚିତ ହୋଇଛନ୍ତି ନୟାଗଡ଼ ଜ଼ିଲ୍ଲା ରଣପୁର ବ୍ଲକ ଚମ୍ପାଗଡ଼ ପଞ୍ଚାୟତ ଅନ୍ତର୍ଗତ ଶ୍ରୀକୃଷ୍ଣପୁର ଗ୍ରାମର ତାରା ଜେନା ଓ ତାଙ୍କ ସ୍ୱାମୀ ପ୍ରହଲ୍ଲାଦ ଜେନା । ଦୁଇ ଝିଅ ଓ ବୃଦ୍ଧ ବାପା ରାମ ଜେନାଙ୍କୁ ନେଇ ତାଙ୍କ ପରିବାର । ବହୁ କଷ୍ଟ ଓ ଧାର ଉଦ୍ଧାର କରି ଦୁଇ ଝିଅଙ୍କୁ ବିବାହ କରି ସାରିଛନ୍ତି । ବୃଦ୍ଧ ବାପାଙ୍କ ଦେହ ଖରାପ ଯୋଗୁ ପ୍ରତ୍ୟକ ମାସରେ ପ୍ରାୟ ଦୁଇ ହଜାରରୁ ତିନି ହଜାର ଟଙ୍କା ଔଷଧ ରେ ଖର୍ଚ୍ଚ ହେଉଅଛି । ଖାଇବାକୁ ଅସମର୍ଥ ଦମ୍ପତି ବୃଦ୍ଧଙ୍କ ଚିକିତ୍ସା କରିବାକୁ ଅସମର୍ଥ ଅଟନ୍ତି । ଏପରିକି ସେମାନେ ଯେଉଁ ଘରେ ରୁହନ୍ତି ତାହା ଯେ କେତେବେଳେ ଭାଙ୍ଗି ଜୀବନ ଚାଲଯିବ ତାହା କହିବା ମୁସ୍କିଲ । ଜଣାପଡେ ଏମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସାତ ସପନ । ଉଭୟ ସ୍ୱାମୀ ଓ ସ୍ତ୍ରୀ ଙ୍କୁ ଷାଠିଏ ବର୍ଷ ରୁ ଉର୍ଦ୍ଧ ହୋଇଥିଲେ ମଧ୍ୟ ତାଙ୍କୁ ଏ ପର୍ଯ୍ୟନ୍ତ ବାର୍ଦ୍ଧକ୍ୟ ଭତ୍ତା ଟିଏ ମିଳି ପାରିନାହିଁ । ଦେଖାଯାଉ ରଣପୁର ବ୍ଲକ ପ୍ରଶାସନ ର ଶୁଭଦୃଷ୍ଟି ଏମାନଙ୍କ ଉପରେ କେବେ ପଡୁଛି । ଉଭୟଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡେ ଯୋଗେଇ ଦେବା ପାଇଁ ନୟାଗଡ଼ ବିଜେପି ସମ୍ପାଦକ ତାପସ ରଞ୍ଜନ ମାର୍ଥା ପ୍ରଶାସନକୁ ଦାବି ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *