ବୟାଳିଶ ମୌଜାରେ ଉତ୍କଳ ବିକାଶ ପରିଷଦ ପକ୍ଷରୁ ଶିକ୍ଷା ଓ ସାମାଜିକ ଦାୟିତ୍ୱବୋଧ ଉପରେ ଆଲୋଚନା ଚକ୍ର !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ମାଟିର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ ପକ୍ଷରୁ ବୟାଳିଶ ମୌଜା ବହଳପଡା ଗୋପୀନାଥ ପୀଠସ୍ଥଳି ପରିସରରେ ଶିକ୍ଷା ଓ ସାମାଜିକ ଦାୟିତ୍ୱବୋଧ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି . ଶିକ୍ଷା ଦିଗରେ ଉଲ୍ଲେଖନୀୟ କୃତିତ୍ୱ ଅର୍ଜନ କରିଥିବା ଆଦର୍ଶ ଶିକ୍ଷକ ବର୍ଗଙ୍କୁ କାର୍ଯ୍ୟକ୍ରମ ଅବସରରେ ସମ୍ବର୍ଦ୍ଧିତ କରାଯାଇଛି । ବହଳପଡା ଗ୍ରାମ କମିଟିର ସଭାପତି ତଥା ଅବସରପ୍ରାପ୍ତ ଶିକ୍ଷକ ନନ୍ଦ କିଶୋର ଜେନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ଗ୍ରାମ କମିଟିର ସମସ୍ତ ସଭ୍ୟ, ବହୁ ଜନସାଧାରଣ, ମହିଳା, ଅଭିଭାବକ, ଶିକ୍ଷାବିତ୍ ଆଲୋଚନା ଚକ୍ରରେ ଭାଗ ନେଇଥିଲେ । ପରିଷଦ ପକ୍ଷରୁ ଶିକ୍ଷାର ଉନ୍ନତି ଦିଗରେ କାର୍ଯ୍ୟକର୍ତ୍ତା ମାନଙ୍କର ଶ୍ରମ ଓ ଜନସାଧରଣଙ୍କ ସହଯୋଗକୁ ପରିଷଦର ସଭାପତି ସ୍ତମ୍ଭକାର ଇଂ.ପ୍ରକାଶ ଚନ୍ଦ୍ର ସେଠୀ ଉଚ୍ଚ ପ୍ରଶଂସା କରିଛନ୍ତି ।

Leave a Reply

Your email address will not be published. Required fields are marked *