ସୁକିନ୍ଦା ହରିପୁର ଠାରେ ବିଜୁ ଗ୍ରାମୀଣ ଉଦ୍ୟାନ ଉଦଘାଟିତ ।

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେଇଙ୍କ ଉପସ୍ଥିତରେ ଓଡ଼ିଆ ଭାଷା ସାହିତ୍ୟ ଏବଂ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ଦ୍ୱାରା ସୁକିନ୍ଦା ହରିପୁର ଠାରେ ବିଜୁ ଗ୍ରାମୀଣ ଉଦ୍ୟାନ ଉଦଘାଟିତ ହୋଇ ଯାଇଛି । ଖରଡ଼ି ଲକ୍ଷ୍ମୀନାରାୟଣ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅତିରିକ୍ତ ଶେଣୀ ଗୃହ ପାଠାଗାର , ଖରଡ଼ି ମାର୍କେଟ କମ୍ପ୍ଲେସ ଓ କାନ୍ତିରା ଗ୍ରାମର ପଦ୍ମଶ୍ରୀ ନନ୍ଦସାରଙ୍କ ଚାଟଶାଳୀରେ ସୁକିନ୍ଦା ବିଧାୟକ ତଥା ରାଜ୍ୟ ବିଜେଡି ଦଳର ସାଧାରଣ ସମ୍ପାଦକ ଇ଼ଂ ପ୍ରିତୀରଞ୍ଜନ ଘଡ଼ାଇଙ୍କ ସହ ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ଉପସ୍ଥିତିରେ ନନ୍ଦ ସାରଙ୍କ ନୂଆ ଚାଟଶାଳୀ ଗୃହର ଲୋକାର୍ପଣ ହୋଇଛି . ପଦ୍ମଶ୍ରୀ ନନ୍ଦ ସାରଙ୍କୁ ମନ୍ତ୍ରୀ ପୁଷ୍ପଗୁଚ୍ଛ ଉତ୍ତରୀୟ ଦେଇ ସମ୍ମାନୀତ କରିଥିଲେ ।

Leave a Reply

Your email address will not be published. Required fields are marked *