ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ରୁ ଆସିଲା ଭଲ ଖବର . ଜିଲ୍ଲା ଆଇନ ସେବା ପ୍ରାଧିକରଣ , ଢେଙ୍କାନାଳ ହସ୍ତକ୍ଷେପ ପରେ ତୁଟିଛି ପତିପତ୍ନୀ ବିବାଦ । ପୁନଃ ପ୍ରତିଷ୍ଠା ହୋଇଛି ଦାମ୍ପତ୍ୟ ଜୀବନ । ମନ ମନ ମାଳିନ୍ୟ ଭୁଲି ଘରକୁ ଏକାଠି ଫେରିଛନ୍ତି ବାପି ନାଏକ ଓ ସୁନୀତା ପଧାନ । ଏକ ବର୍ଷ ତଳେ ବାପି ନାଏକ ଙ୍କ ସହିତ ସୁନିତା ପ୍ରଧାନଙ୍କ ବିବାହ ଅନୁଷ୍ଠିତ ହୋଇଥିଲା । ସ୍ୱାମୀ ସ୍ତ୍ରୀ ଙ୍କ ପାରିବାରିକ କଳହ ପାଇଁ ଦୁହେଁ ଅଲଗା ରହୁଥିଲେ । ଏହି ବିବାଦର ସମାଧାନ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ , ଢେଙ୍କାନାଳଙ୍କ ପାଖରେ ଦରଖାସ୍ତ ପହଞ୍ଚିଥିଲା । ଉଭୟ ଙ୍କ ସହ ଆପୋଷ ଆଲୋଚନା କରି ବିବାଦର ସମାଧାନ ପାଇଁ ପ୍ରାଧିକରଣ ପକ୍ଷରୁ ସମ୍ମୁଖ କାର୍ଯ୍ୟଳୟର ରିଟେନର ରଂଜନ କୁମାର ମିଶ୍ରଙ୍କୁ ନିୟୋଜିତ କରାଯାଇଥିଲା । ତାହା ଆଜି ସଫଳ ହୋଇଛି । ପୂର୍ବ ବିବାଦକୁ ଭୁଲି ଶାଶୁ ଘରକୁ ଯିବାପାଇଁ ସୁନିତା ରାଜି ହୋଇଛନ୍ତି । ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ସୁକାନ୍ତ କିଶୋର ଜେନାଙ୍କ ଉପସ୍ଥିତିରେ ପାରିବାରିକ ବିବାଦର ପୂର୍ଣ୍ଣଛେଦ ପଡିଛି ।
ତୁଟିଲା ବିବାଦ : ଏକାଠି ହେଲେ ପତିପତ୍ନୀ !!!

