ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ସନ୍ତୋଷୀ ମା ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା . ଢେଙ୍କାନାଳ ସହର ର ଭାଗୀରଥି ସାଗର କୂଳରେ ଆଜି ମା ସନ୍ତୋଷୀଙ୍କ ଏକ ନୂତନ ମନ୍ଦିର ପ୍ରତିଷ୍ଠା ହୋଇଯାଇଛି । ଦୀର୍ଘ 50 ବର୍ଷ ହେଲା ମନ୍ଦିର ନିର୍ମାଣ ଆରମ୍ଭ ହୋଇଥିଲେ ମଧ୍ୟ ଦୈଵ କୃପା ଅଭାବରୁ ସମ୍ପୂର୍ଣ ହୋଇପାରି ନଥିଲା । କିନ୍ତୁ ଏହା ଏବେ ପୂର୍ଣ୍ଣତା ଲାଭ କରିଛି । 5 ଦିନ ଧରି ଚାଲିଥିବା ପ୍ରତିଷ୍ଠା ଉତ୍ସବର ଆଜି ଥିଲା ତାହାର ପୂର୍ଣ୍ଣାହୁତି ଦିବସ । ପ୍ରଥମ ଦିନ ଅଙ୍କୁରରୋପଣ ହୋଇ କଳସ ସ୍ଥାପନ କରାଯାଇଥିଲା । ଦ୍ୱିତୀୟ ଦିନ ମହାସ୍ନାନ , ତୃତୀୟ ଦିନ ସର୍ବ ଦେବତାମାନଙ୍କୁ ପୂଜାର୍ଚ୍ଚନା ଦ୍ୱାରା ଆମନ୍ତ୍ରିତ କରାଯାଇଥିଲା । ଗତକାଲି ରାତ୍ର ଶେଷ ପ୍ରହରରେ ମା ‘ଙ୍କୁ ମଞ୍ଚ।ସିନ କରାଯାଇଥିଲା । ଆଜି ମାଆ ଙ୍କର ଷୋଡଶ ଉପଚାର ପୂଜା କରାଯାଇ ଦର୍ଶନ କରାଯିବ । ଶ୍ରଦ୍ଧାଳୁ ମାନେ ମା’ ଙ୍କ ପାଖରେ ବିଭିନ୍ନ ପିଠା ମିଠା ଭୋଗ ଲାଗି କରିଥିଲେ । ଆଜି ଶେଷରେ ପୂର୍ଣ୍ଣାହୁତି ଦିଆଯାଇ ପାର୍ଶ୍ଵ ଦେବଦେବୀ ମାନଙ୍କୁ ସ୍ଥାପନ କରାଯାଇଛି । ନବିନ ଚନ୍ଦ୍ର ନାରାୟଣ ଦାସ, ପୂଜକ ଅମରେନ୍ଦ୍ର ନାଥଶର୍ମା ଙ୍କ ସମେତ ଅନ୍ୟ ପଣ୍ଡିତ ମାନଙ୍କ ପ୍ରତ୍ୟକ୍ଷ ତତ୍ୱବାଧାନରେ ଏହି ପୂଜାବିଧି ସମ୍ପାଦିତ ହୋଇଯାଇଛି ।
ଭାଗୀରଥି ସାଗର କୂଳରେ ସନ୍ତୋଷୀ ମା’ ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା !

