ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ନିର୍ବାଚନ ମଣ୍ଡଳୀ ଡମପଡ଼ା ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତର ୱାର୍ଡ ସଭ୍ୟ ଗଦାଧର ବେହେରା କଂଗ୍ରେସ ରେ ଯୋଗଦାନ କରିଛନ୍ତି । ବାଙ୍କୀ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବାଙ୍କୀର ପୂର୍ବତନ ବିଧାୟକ ଡଃ.ଦେବାଶିଷ ପଟ୍ଟନାୟକ ଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗଦାନ କରିଛନ୍ତି । ଶ୍ରୀଯୁକ୍ତ ବେହେରା ୧୯୯୨ ମସିହା ଠାରୁ ଲଗାତର ଭାବେ ୨୫ବର୍ଷ ହେବ ୱାର୍ଡ ସଭ୍ୟ ଭାବେ ନିର୍ବାଚିତ ହୋଇ ଆସୁଛନ୍ତି । କଂଗ୍ରେସ ଦଳରେ ଯୋଗଦାନ ପରେ ସେ ତାଙ୍କ ପ୍ରତିକ୍ରିୟାରେ କଂଗ୍ରେସ ଦଳର ସାଂଗଠନିକ ଦକ୍ଷତା ବୃଦ୍ଧି ସହିତ ଆଗାମୀ ପଂଚାୟତ ନିର୍ବାଚନରେ ଦଳକୁ କିପରି ବିଜୟ କରାଯାଇ ପାରିବ ସେ ଦିଗରେ କାର୍ଯ୍ୟ କରିବେ ବୋଲି ପ୍ରକାଶ କରିଥିଲେ । ଏହି ମିଶ୍ରଣ ପର୍ବରେ ଡମପଡ଼ା ବ୍ଳକ କଂଗ୍ରେସ ସଭାପତି ଅସୀତ୍ ବରଣ ପଟ୍ଟନାୟକ, ଉପ-ସଭାପତି ବାବୁଲି ଦଳେଇ, ନକୁଳ ପ୍ରଧାନ, ପୂର୍ବତନ ଯୁବ କଂଗ୍ରେସ ସଭାପତି ନୀଳମଣି ମହାପାତ୍ର, ବିଶ୍ୱରଞ୍ଜନ ପଣ୍ଡା , ଶଙ୍କର ଧଳ ଙ୍କ ସମେତ ଅନ୍ୟ କଂଗ୍ରେସ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।
ବାଙ୍କୀ କଂଗ୍ରେସ ର ମିଶ୍ରଣ ପର୍ବ : ଦଳରେ ମିଶିଲେ ଗୋବିନ୍ଦପୁର ୱାର୍ଡ ସଭ୍ୟ !!!

