ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ସ୍ୱେଚ୍ଛାସେବୀ ସଂସ୍ଥା ଇଡିଅଟ ପକ୍ଷରୁ ଭିନ୍ନକ୍ଷମ ମାନଙ୍କୁ ଟ୍ରାଇ ସାଇକେଲ ଓ ହୁଇଲ ଚେୟାର ବଣ୍ଟନ କରାଯାଇଛି । ଭିନ୍ନକ୍ଷମ ମାନଙ୍କୁ ଟ୍ରାଇ ସାଇକେଲ ଓ ହୁଇଲ ଚେୟାର ବାଣ୍ଟିବା ଦ୍ୱାରା ଏହା ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷାଦାନ କ୍ଷେତ୍ରରେ ସହାୟକ ହେବାସହ ଭିନ୍ନକ୍ଷମ ଯୁବକ ଯୁବତୀ ମାନଙ୍କୁ ଏହା ଜୀବିକା ଧାରଣ କରିବାରେ ସହାୟକ ହେବ ବୋଲି ମୁଖ୍ୟ ଅତିଥି ରୁପେ ଯୋଗଦେଇଥିବା ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ପ୍ରଶଂସା ବାର୍ତ୍ତା ପ୍ରଦାନ କରିଥିଲେ । ଦରକାର ପରିସ୍ଥିତିରେ ଭିନ୍ନକ୍ଷମ ମାନଙ୍କର ଚିକିତ୍ସା ଜନିତ ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତ ଯୋଗାଇ ଦିଆଯିବା ବୋଲି ମଧ୍ୟ ପ୍ରତିଶୃତି ପ୍ରଦାନ କରିଥିଲେ । ଆଜିର କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅନ୍ୟ ଅତିଥି ମାନେ ହେଲେ ଢେଙ୍କାନାଳର ଅତିରିକ୍ତ ଜିଲ୍ଳା ଶିକ୍ଷା ଅଧିକାରୀ ସସ୍ମିତା ସାହୁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରତିମା ଦାସ, ଏନଟିପିସି କଣିଆଁ ର ଏଜିଏମ ରଫିକ ଉଲ ଇସଲାମ, ଏନଟିପିସି ର ସାମାଜିକ ଦାୟିତ୍ୱ ବୋଧ ବିଭାଗର ଅଧିକାରୀ ଭୀଷ୍ମଦେଵ ନାୟକ, ସର୍ବଶିକ୍ଷା ଅଭିଯାନର ଅନ୍ତର୍ନିବେଶି ଶିକ୍ଷା ସଂଯୋଜକ କୃଷ୍ଣଚନ୍ଦ୍ର ବେହେରା । ଇଡ଼ିଅଟ ର ଅଧକ୍ଷ ପ୍ରଳୟ ଦାସ ଙ୍କ ସଭାପତିତ୍ୱରେ ଉପଦେଷ୍ଟା ବିପିନ ବିହାରୀ ଶତପଥୀ ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ନିର୍ଦ୍ଦେଶକ ଶିଶିର ଶତପଥୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । 33 ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ସମେତ 27 ଜଣ ବ୍ୟକ୍ତି ଙ୍କୁ ହୁଇଲ ଚେୟାର ଓ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମଟି ସଂଗଠନର ଅନ୍ୟ କାର୍ଯ୍ୟକାର୍ତ୍ତା ମାନଙ୍କ ସହଯୋଗରେ ସଫଳ ହୋଇଥିଲା ।
ଇଡିଅଟ କ୍ଲବ ପକ୍ଷରୁ ଭିନ୍ନକ୍ଷମ ମାନଙ୍କୁ ସାଇକେଲ ବଣ୍ଟନ !!

