ନୂଆଗାଁ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ମା ଘାଗୁଡ଼ି ଦେବୀ କ୍ଳବ ର ସାର୍ବଜନୀନ ଦୁର୍ଗାପୂଜା କମିଟି ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କପ୍ତାପଲ୍ଲୀ ସ୍କୁଲ୍ ରେ ଦୁର୍ଗାପୂଜା ର ପ୍ରଥମ ପ୍ରସ୍ତୁତି ବୈଠକ କ୍ଲବ ର ସଭାପତି ସଞ୍ଜୀବ କୁମାର ଡାକୂଆ ଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ କୋଭିଡ ନିୟମ ଅନୁଯାୟୀ ଦୁର୍ଗାପୂଜା ଅନୁଷ୍ଠିତ ହେବ । ବର୍ଷା କାରଣରୁ ଦୁରୂପା, ବଡ଼ତମନଡ଼ୁ, ଫମ୍ପୁଣି, କରାଗଡ଼ୁ, ଡେଙ୍ଗାଵରି, ଭଣ୍ଡlରିବlରୀ ର ସଦସ୍ୟ ମାନେ ବୈଠକରେ ଯୋଗଦେଇ ପାରି ନଥିଲେ । କପ୍ତାପଲ୍ଲୀ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଭିଡିଓ କନଫରେନ୍ସ ମାଧ୍ୟମ ରେ ନିଜର ମତାମତ ଉପସ୍ଥାପନା କରିଥିଲେ । କପ୍ତାପଲ୍ଲୀ ର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟ ସଭାରେ ଉପସ୍ଥିତ ଥିଲେ । ଚଳିତ ବର୍ଷ ପାଇଁ ଦୁର୍ଗାପୂଜା କମିଟିର ସମ୍ପାଦକ ରୁପେ ପ୍ରଶାନ୍ତ କୁମାର ବେହେରା, ସହ ସମ୍ପାଦକ ରୁପେ ପ୍ରଦୀପ କୁମାର ଜାନି ଙ୍କୁ ସର୍ବ ସମ୍ମତି କ୍ରମେ ମନୋନୀତ କରି କ୍ଳବ ର ସଭାପତି ଦୁହିଁଙ୍କୁ ଖାତା ପ୍ରଦାନ ସହିତ ଦାୟିତ୍ୱ ହସ୍ତାନ୍ତର କରିଥିଲେ । କପ୍ତାପଲ୍ଲୀ ପୂଜା ମଣ୍ଡପ ପାଇଁ ବିଧାୟକ ପାଣ୍ଠିରୁ ଅର୍ଥ ମଞ୍ଜୁର କରିଥିବାରୁ ମାନ୍ୟବର ଦଶପଲ୍ଲା ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ବେହେରା ଙ୍କୁ ଅନୁଷ୍ଠାନ ଏବଂ ସମସ୍ତ ଗ୍ରାମବାସୀ ଙ୍କ ତରଫରୁ ଧନ୍ୟବାଦ ଦିଆଗଲା ।
ଦଶପଲ୍ଲା ବିଧାୟକ ଙ୍କୁ ଧନ୍ୟବାଦ ଦେଲେ କପ୍ତାପଲ୍ଲୀ କ୍ଳବ ସଦସ୍ୟ ।।

