ମିଳିତ ପୂଜା କମିଟିର ଲକ୍ଷ୍ମୀପୂଜା ପାଇଁ ପ୍ରସ୍ତୁତି ବୈଠକ !!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ଜିଲ୍ଲା ଲକ୍ଷ୍ମୀପୂଜା ପାଇଁ ସମଗ୍ର ଓଡ଼ିଶାରେ ନିଜର ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଆସନ୍ତା ମାସ 19 ତାରିଖରୁ ଲକ୍ଷ୍ମୀପୂଜା ଆରମ୍ଭ ହେବାକୁ ଥିବାରୁ ଏହାର ପ୍ରସ୍ତୁତି ସମ୍ବନ୍ଧୀୟ ଏକ ବୈଠକ ମିଳିତ ପୂଜା ବଜାର କମିଟି ମିଳିତ ଆନୁକୂଲ୍ୟରେ ସୁର୍ଯ୍ୟ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ବୈଠକକୁ ମିନାବଜାର ପୂଜା କମିଟି ଆୟୋଜିତ କରିଥିଲା । ପୁନର୍ବାର ବିଶ୍ୱନାଥ ବେହେରାଙ୍କୁ ମିଳିତ ପୂଜାବଜାର କମିଟିର ସଭାପତି ରୂପେ ଘୋଷଣା କରାଯାଇଛି । ଆଜିର ଏହି ବୈଠକରେ 38ଟି ପୂଜା ବଜାର କମିଟି ଏକତ୍ରିତ ହୋଇ ଲକ୍ଷ୍ମୀପୂଜା ସମ୍ବନ୍ଧୀୟ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରିଥିଲେ । ଲକ୍ଷ୍ମୀପୂଜା ରେ ମଣ୍ଡପ ଗୁଡିକୁ ସାନିଟାଇଜ କରିବା, ସର୍ବସାଧାରଣ ଦର୍ଶନ ସୁଯୋଗ ଦେବା, ଲଗାତାର ବିଦ୍ୟୁତ ସରବରାହ ରହିବା, ସହରର ବୁଲା ଗାଈଗୋରୁ ମାନଙ୍କୁ ହଟାଯିବା, ଟ୍ରାଫିକ ସମସ୍ୟା ଦୂରୀକରଣ, ମା ଙ୍କ ବିସର୍ଜନ ହେଉଥିବା ବଡଶଙ୍ଖ ସ୍ଥାନଟିକୁ ପରିଷ୍କାର କରାଯିବା ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯିବା ପାଇଁ ମିଳିତ ପୂଜା ବଜାର କମିଟିର ସଦସ୍ୟ ମାନେ ନିଷ୍ପତ୍ତି କରିଥିଲେ । ଢେଙ୍କାନାଳର ପ୍ରସିଦ୍ଧ ଲକ୍ଷ୍ମୀପୂଜା କୁ କିଭଳି ଭାବେ ସୁଚାରୁ ରୂପେ ପାଳନ କରାଯିବ ସେଥିପାଇଁ ଗୁରୁତ୍ୱ ପ୍ରଦାନ କରାଯାଇଥିଲା । ମା ‘ ଙ୍କର ପୂଜା ଆସନ୍ତା ଅକ୍ଟୋବର ମାସ 19ରୁ ଆରମ୍ଭ ହୋଇ 29ତାରିଖ ପର୍ଯ୍ୟନ୍ତ ଦୀର୍ଘ 11 ଦିନ ଧରି କିଭଳି ଭାବେ ସୁରୁଖୁରୁରେ ଏବଂ ଶାନ୍ତିପୂର୍ଣ୍ଣ ଭାବେ ହେବ ତାହା ଉପରେ ଗୁରୁତ୍ୱାରୋପ କରାଯାଇଛି । ଏହିବର୍ଷ କୋରନା ନିୟମ ଅନୁଯାୟୀ ଭଷାଣି ଉତ୍ସବ ହେବନାହିଁ ବୋଲି ମଧ୍ୟ କମିଟିରେ ସ୍ଥିର କରାଯାଇଥିଲା । କୋଭିଡ଼ ନିୟମ ମଧ୍ୟରେ ନିରାଡ଼ମ୍ବର ଭାବେ କିଭଳି ଭାବେ ଜନସାଧାରଣ ମା ଙ୍କୁ ଦର୍ଶନ କରିପାରିବେ ତାହା ଆଲୋଚନା ହୋଇଛି । ପରିଶେଷରେ ଲକ୍ଷ୍ମୀବଜାର ପୂଜାକମିଟିର ସଦସ୍ୟ ମାୟାଧର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *