ଆନ୍ଧ୍ର-ଓଡ଼ିଶା ସୀମା ବିବାଦର ସ୍ଥାୟୀ ସମାଧାନ ନିମନ୍ତେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ୫ ଦଫା ଦାବି ପତ୍ର ପ୍ରଦାନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଆପ ଶାଖା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତଙ୍କ ନେତୃତ୍ୱରେ ଆମ୍ ଆଦମୀ ପାର୍ଟି ଗଜପତି ଜିଲ୍ଲା ତରଫରୁ ଗଜପତି ଜିଲ୍ଲା ମାଣିକପାଟଣା ତଥା ଆନ୍ଧ୍ର ଓଡ଼ିଶା ସୀମା ବିବାଦର ସ୍ଥାୟୀ ସମାଧାନ ନିମନ୍ତେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କ ନିକଟକୁ ୫ ଦଫା ଦାବି ପତ୍ର ପ୍ରଦାନ କରାଯାଇଛି । ଦୀର୍ଘ ବର୍ଷ ଧରି ଆନ୍ଧ୍ର ଓଡ଼ିଶା ସୀମା ବିବାଦ ଲାଗି ରହିଥିଲେ ମଧ୍ୟ ଓଡ଼ିଶା ସରକାର କୈାଣସି ପଦକ୍ଷେପ ନେଉନଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଆନ୍ଧ୍ର ସରକାର ବାରମ୍ବାର ଓଡ଼ିଶା ସୀମା ରେ ପଶି ବେଆଇନ ଭାବେ ସରକାରୀ କାର୍ଯ୍ୟକ୍ରମ କରିବା ସହିତ ଓଡ଼ିଶାର ଗ୍ରାମଗୁଡିକୁ ନିଜ ଅକ୍ତିଆରକୁ ନେବା ପାଇଁ ଚେଷ୍ଟା କରୁଛି। ଗତ ୯ ତାରିଖରେ ଆନ୍ଧ୍ର ସରକାରଙ୍କ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଡ଼ଃ ଆପାଲା ରାଜୁ ଗଜପତି ଜିଲ୍ଲା ରାୟଗଡ ବ୍ଲକ ମାଣିକପାଟଣା ଗ୍ରାମରେ ଦଳୀୟ କର୍ମୀ ଓ ପୋଲିସ ପ୍ରଶାସନ ସହ ପ୍ରବେଶ କରି ଗଜପତି ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଥିଲେ। ଆନ୍ଧ୍ର ମନ୍ତ୍ରୀଙ୍କ ଏଭଳି ଗଜପତି ଜିଲ୍ଲାବାସୀଙ୍କୁ ମର୍ମାହତ କରିଛି। ଅନ୍ୟପକ୍ଷରେ ଓଡ଼ିଶା ସରକାର ହାତରେ ହାତ ଦେଇ ଚୁପ୍ ହୋଇ ବସି ରହିଛନ୍ତି। ମୂଖ୍ୟ ଶାସନ ସଚିବ ଗଜପତି ଗସ୍ତରେ ଆସିଥିଲେ ସୁଧା ମାଣିକପାଟଣା ଗସ୍ତ କରିନଥିଲେ କି ଜିଲ୍ଲା ପ୍ରଶାସନ ସହିତ କୈାଣସି ଆଲୋଚନା କରିନଥିଲେ। ଖାଲି ସେତିକି ନୁହେଁ ଶାସକ ଦଳର ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁଙ୍କର ଏ ପର୍ଯ୍ୟନ୍ତ ଦେଖା ମିଳିନାହିଁ । ଏଥିରୁ ରାଜ୍ୟ ସରକାରଙ୍କର ଗଜପତି ଜିଲ୍ଲା ପ୍ରତି କୋୖଣସି ଆନ୍ତରିକତା ନଥିବା ଜଣାପଡ଼ୁଛି । ଆପ୍ ଗଜପତି ତରଫରୁ ଉପସ୍ଥାପିତ ଦାବି ସମୂହ // ୧) ସୀମା ବିବାଦର ସ୍ଥାୟୀ ସମାଧାନ କରିବା // ୨) ସୀମାନ୍ତ ଗ୍ରାମ ଗୁଡିକରେ ବସ ବାସ କରୁଥିବା ଲୋକଙ୍କୁ ସୁରକ୍ଷା ଯୋଗାଇ ଦେବା // ୩) ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ମୌଳିକ ସୁବିଧା ସହିତ ସରକାରୀ ଯୋଜନା ଗୁଡ଼ିକୁ ଠିକ୍ ଭବେ କାର୍ଯ୍ୟକାରୀ କରିବା // ୪) ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତ ଗୁଡିକରେ ପେସା ଆଇନ୍ କୁ କାର୍ଯ୍ୟକାରୀ କରିବା // ୫) ଓଡ଼ିଶାରେ ସାମାଜିକ ସୁରକ୍ଷା ଭତ୍ତା (ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ବିକଳାଙ୍ଗ ଭତ୍ତା) ୫୦୦,୭୦୦ ଟଙ୍କାରୁ ବୃଦ୍ଧି କରି ଯଥାକ୍ରମେ ୧୫୦୦,୨୦୦୦ କରିବା । ଏହି ଦାବି ପତ୍ର ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଡେପୁଟି କଲେକ୍ଟର ନର୍ମଦା ନାୟକ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମହିଳା ସଭାନେତ୍ରୀ ଶୈଳବାଳା ପଣ୍ଡା, କିଶୋର ଚନ୍ଦ୍ର ଗୁରୁ, ଲୋଗସ୍ ଦାସ ବର୍ଦ୍ଧନ, ଲୋକନାଥ ଭୁକ୍ତା, ଶେଖ ମୋଜିବ, ପୋନ୍ଦୁରୁ କୁମାର, ଲୁସେନ୍ୟ ଗମାଙ୍ଗ, ଇଶ୍ୱର ରାଓ, ତ୍ରିନାଥ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *