କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ ମଲ୍ଲ : ଗଣମାଧ୍ୟମ କୁ ନାଲିଆଖି ଦେଖାଉଛନ୍ତି ଇନ୍ଦାଳ ସରପଞ୍ଚଙ୍କ ଦିଅର । କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଅନ୍ତର୍ଗତ ଇନ୍ଦାଳ ପଞ୍ଚାୟତର ସରପଞ୍ଚ ରଶ୍ମିତା ଜେନା ଓ ତାଙ୍କ ସ୍ୱାମୀ ଜିତୁ ଜେନା ଙ୍କ ନାମରେ ପଞ୍ଚାୟତ ଅନ୍ତର୍ଗତ ବାମ୍ବିଲ ଗ୍ରାମ ର ମଳିକ ସାହି ର ଗରିବ, ଦଳିତ ଓ ନିଷ୍ପେସିତ ପୁରୁଷ ଓ ମହିଳା ମାନେ ଅଭିଯୋଗ କରିଥିଲେ । ସରପଞ୍ଚ ଙ୍କ ସ୍ୱାମୀ ଜିତୁ ଜେନା ଦଳିତ ମାନଙ୍କ ଆବାସ ଯୋଜନା, ପକ୍କା ସଡ଼କ ଯୋଜନା କରାଇ ଦେବାକୁ ଟଙ୍କା ଲାଞ୍ଚ ମାଗିଛନ୍ତି . ବାମ୍ବିଲ ଗ୍ରାମ ପ୍ରମୋଦ ମଲ୍ଲିକ ଙ୍କ ପରିବାରର ଅଭିଯୋଗ ଅନୁସାରେ, ଆବାସ ଯୋଜନା ଅନ୍ତର୍ଭୁକ୍ତ କରାଯାଇ ନଥିବାରୁ ଆଜିବି ସେମାନେ ମାଟି ଚାଳିଆ ଘରେ ରହୁଛନ୍ତି ଓ ପ୍ରବଳ ବର୍ଷା ରେ ତାଙ୍କ ଘରେ ପାଣି ପଶିଯିବାରୁ ଦୁଇ ଦିନ ହେବ ଚୁଲି ଜଳିନି l ଅନ୍ୟ ପଟରେ ବାମ୍ବିଳ ମଳିକ ସlହି ର ଅନେକ ବାସିନ୍ଦା ଆଜି ବି ପକ୍କା ରାସ୍ତା ରୁ ବଞ୍ଚିତ ହୋଇ ମାଟି କାଦୁଅ ରାସ୍ତା ରେ ଚଳପ୍ରଚଳ ହେବାରେ ଅନେକ ଅସୁବିଧା ଭୋଗୁଛନ୍ତି . ଏନେଇ ଗ୍ରାମବlସି ମାନେ ଅଭିନଵ ଉପାୟରେ ରାସ୍ତା ରେ ପ୍ରତିବାଦ କରିଛନ୍ତି । ଏନେଇ ସାମ୍ବାଦିକତାର ନିୟମ ଦୃଷ୍ଟିରୁ “ପକ୍ଷ” ଓ ପରେ ” ପ୍ରତିପକ୍ଷ” ର ପ୍ରତିକ୍ରିୟା ଲୋଡ଼ିଥିଲୁ . ସରପଞ୍ଚ ଓ ତାଙ୍କ ଶିକ୍ଷକ ସ୍ୱାମୀ ଜିତୁ ଜେନା ଙ୍କ ପ୍ରତିକ୍ରିୟା ନିମନ୍ତେ ସାମ୍ବାଦିକ ମାନେ ସରପଞ୍ଚ ଙ୍କ ନିକଟକୁ ଯାଇଥିଲେ | ସେଠାରେ ସରପଞ୍ଚ ଓ ତାଙ୍କ ସ୍ୱାମୀ ପ୍ରତିକ୍ରିୟା ଦେବା ପରିବର୍ତ୍ତେ ରଶ୍ମିତା ଜେନା ଙ୍କ ଦିଅର ରବି ଜେନା ସାମ୍ବାଦିକ ମାନଙ୍କୁ ଅସଭ୍ୟ ଓ କଦର୍ଯ୍ୟ ଭାଷାରେ ଗାଳି କରିଥିବାର ଅଭିଯୋଗ କରିଛନ୍ତି ଗଣମାଧ୍ୟମ ପ୍ରତିନିଧି . ଏପରି କେତେକ ସାମ୍ବାଦିକଙ୍କ ମାଇକ ଓ କ୍ୟାମେରା ମଧ୍ୟ ଛଡାଇ ବାକୁ ଚେଷ୍ଟା କରିଥିଲେ ରବୀନ୍ଦ୍ର ଜେନା | ଏନେଇ ଚାନ୍ଦୋଳ ଫାଣ୍ଡି ରେ ସରପଞ୍ଚ ଙ୍କ ଦିଅରଙ୍କ ବିରୁଦ୍ଧରେ ସାମ୍ବାଦିକ ମାନେ ଅଭିଯୋଗ କରିଛନ୍ତି |