ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସ୍ନାତକ ମହିଳା ମହାବିଦ୍ୟାଳୟ ପରିସରରେ ଏନ.ଏସ.ଏସ ତରଫରୁ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି . ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବିଭିଡି ଟିମର କର୍ମକର୍ତ୍ତା ମାନେ ଆସି ଡେଙ୍ଗୁ ସମ୍ପର୍କରେ ଆଲୋଚନା କରିଥିଲେ . ବିଶେଷ କରି ସିଦ୍ଧାର୍ଥ ଦାସ ଡେଙ୍ଗୁ ରୋଗ ବ୍ୟାପିବାର ମୁଖ୍ୟ କାରଣ, ନିରାକରଣ ଓ ରୋଗର ଲକ୍ଷଣ ସମ୍ପର୍କରେ ପ୍ରାଞ୍ଜଳ ଭାବରେ ବୁଝାଇବା ସହ କିଭଳି ଡେଙ୍ଗୁ ଓ ମ୍ୟାଲେରିଆ ଯୋଗୁଁ ପ୍ରତିବର୍ଷ ବ୍ୟାପକ ଜୀବନ ହାନି ଘଟୁଛି କହିଥିଲେ ।

ନିଜ ଗୃହ ମଧ୍ୟରେ ଅସନା ପାଣିକୁ ଫିଙ୍ଗିବା ସହ ଆବର୍ଜନା ଶୂନ୍ୟ କରି ପରିଷ୍କାର ପରିଛନ୍ନତା ଅବଲମ୍ବନ କରିବା ଦିଗରେ ବୁଝାଇଥିଲେ । ମହାବିଦ୍ୟାଳୟ ଅଧ୍ୟକ୍ଷା ଡକ୍ଟର ରିନା ସାହୁଙ୍କ ଅଧ୍ୟକ୍ଷତାରେ ଏ ସମସ୍ତ କାର୍ଯ୍ୟକ୍ରମକୁ ଏନ.ଏସ. ଏସ ଯୋଜନା ଅଧିକାରୀ ଡକ୍ଟର ଭାରତୀ ପାଣିଗ୍ରାହୀ ପରିଚାଳନା କରିଥିବା ବେଳେ ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ । ଶେଷରେ ନିକଟସ୍ଥ ସାହି ରେ ଏନଏସଏସ ସ୍ୱେଚ୍ଛାସେବୀ ମାନେ ଡେଙ୍ଗୁ ସମ୍ପର୍କୀୟ ପୋଷ୍ଟର ବାଣ୍ଟିବା ସହ ସାହି ବାସିନ୍ଦାଙ୍କୁ ମଧ୍ୟ ସଚେତନ କରାଇଥିଲେ . ଏହି କାର୍ଯ୍ୟକ୍ରମରେ ଆଶା କର୍ମୀ ଓ ଏନ.ଏମ ଦିଦି ମଧ୍ୟ ସହଯୋଗ କରିଥିଲେ ।

