ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାରେ ଉଦ୍ୟାନ ବିଭାଗ ପକ୍ଷରୁ ପ୍ରଧାନ ମନ୍ତ୍ରୀ କୃଷି ସିଞ୍ଚନ ଯୋଜନା ମାଧ୍ୟମରେ ଚାଷୀଙ୍କୁ ଅଣୁ ଜଳ ସେଚନ ସକାଶେ ବିଶେଷ ପଦକ୍ଷେପ ନିଆଯାଇଛି . ଜିଲ୍ଲାରେ ୭ ଟି ବ୍ଳକ ପାଇଁ 2021 ମସିହା ନିମନ୍ତେ 15 ଶହ 90 ହେକ୍ଟର ଅଣୁ ଜଳ ସେଚନ ପଦକ୍ଷେପ ନିଆଯାଇଛି । ଅଣୁ ଜଳ ସେଚନ କହିଲେ ବୁନ୍ଦା ଜଳ ସେଚନ ଓ ସିଞ୍ଚନ ଜଳସେଚନକୁ ବୁଝାଇ ଥାଏ । ଏହା ଗୋଟିଏ ଉନ୍ନତ ଜ୍ଞାନ କୌଶଳ ଅଟେ । ଉଦ୍ୟାନ ଫସଲରେ କୃଷି ସିଞ୍ଚନ ଉନ୍ନତ ପ୍ରଣାଳୀ ଏହା ଦ୍ୱାରା କୃଷିର ଯଦିଓ ପ୍ରାରମ୍ଭିକ ଖର୍ଚ୍ଚ ଅଧିକ ହୁଏ ପାଣିର ସୁପରିଚାଳନା ଯୋଗୁଁ ଫସଲ ଭଲ ଅମଳ ହୋଇଥାଏ । ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ମିଳିତ ଭାବେ ସହଯୋଗ ରହିଛି । ବଡ଼ ଚାଷୀ ସକାଶେ ଶତକଡ଼ା 60 ପ୍ରତିଶତ ରିହାତି, ଛୋଟ ଓ ନାମମାତ୍ର ଚାଷୀ ସକାଶେ ଶତକଡ଼ା 70 ପ୍ରତିଶତ ରିହାତି ଏବଂ ଆଦିବାସୀ ହରିଜନ ସକାଶେ ଶତକଡ଼ା 80 ପ୍ରତିଶତ ରିହାତି ବ୍ୟବସ୍ଥା ରହିଛି . ଏହା ଦ୍ୱାରା ବୁନ୍ଦା ଜଳ ସେଚନ ସହିତ ପଲିଥିନ ଆଚ୍ଛାଦନ କରିବା ଦ୍ୱାରା ଘାସ ଓ ରୋଗ ପୋକ ନିୟନ୍ତ୍ରଣ ହୋଇଥାଏ । କେନ୍ଦ୍ର ସରକାରଙ୍କର 50% ଜାତୀୟ ଉଦ୍ୟାନ ମିଶନ ଯୋଜନା ରହିଛି । ନିକଟରେ ଅଣୁ ଜଳ ସେଚନ ଉପରେ ଏକ କର୍ମଶାଳା ହୋଇଥିଲା ସେଥିରେ ଅନୁମୋଦିତ କମ୍ପାନୀ ସଂସ୍ଥା ଓ ଜିଲ୍ଲା ସ୍ତରୀୟ, ବ୍ଳକ ସ୍ତରୀୟ ବିଭାଗୀୟ କର୍ମଚାରୀ ଓ ଆଗୁଆ ଚାଷୀ ଉପସ୍ଥିତ ଥିଲେ । ଏହି ବିଷୟରେ ଚାଷୀଙ୍କୁ ସଚେତନତା କରା ଯାଇଥିଲା । ଯାହା ଫଳରେ ଆଗାମୀ ଦିନରେ ଚାଷୀ ଉପକୃତ ହୋଇପାରିବେ ବୋଲି ଉଦ୍ୟାନ ବିଭାଗ ଉପ ନିର୍ଦ୍ଦେଶକ କେ.ସୁଦର୍ଶନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି .
ଗଜପତିରେ ଉଦ୍ୟାନ ବିଭାଗ ପକ୍ଷରୁ କୃଷି ସିଞ୍ଚନ ଯୋଜନା ମାଧ୍ୟମରେ ଅଣୁ ଜଳ ସେଚନ ପାଇଁ ପଦକ୍ଷେପ !!!

