୫୫୦ ତମ ଦିବସ ରେ ଚିନ୍ମୟ ଫାଉଣ୍ଡେସନର କରୋନା ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ !!

Spread the love

ସଂଗଠନର ୨୨ତମ ସମୀକ୍ଷା ବୈଠକ

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ନନ୍ଦିପୁର ପଞ୍ଚାୟତର ବାବଲପୁରସ୍ଥିତ ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ଗତ ୨୨ ମାର୍ଚ୍ଚ ୨୦୨୦ ମସିହାରୁ ନିରବଛିନ୍ନ ଭାବରେ ମହାମାରୀ କରୋନାକୁ ପରାହତ କରିବା ନିମନ୍ତେ ଆୟୋଜିତ ହେଉଥିବା ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମର ୫୫୦ତମ ଦିବସର ସମୀକ୍ଷା ବୈଠକ ଇତି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଫାଉଣ୍ଡେସନ ପକ୍ଷରୁ ପ୍ରତି ୨୫ଦିନରେ ଏହି କାର୍ଯ୍ୟକ୍ରମର ସମୀକ୍ଷା ବୈଠକ ଅନୁଷ୍ଠିତ ହେଉଥିବା ବେଳେ ଆଜି ତାହା ୨୨ ତମ କାର୍ଯ୍ୟକ୍ରମରେ ପହଁଚିଛି । ଏହି ଅବସରରେ ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ଅଧ୍ୟକ୍ଷତାରେ ଦଶରଥପୁର ବ୍ଲକର ଅର୍ଦ୍ଦାଉଳିଆ ଠାରେ ଆୟୋଜିତ ସାନ୍ଧ୍ୟ ଅଧିବେଶନର ସମୀକ୍ଷା ବୈଠକରେ ସଚେତନତା କାର୍ଯ୍ୟକ୍ରମର ନିଷ୍ପାଦକ ମାଷ୍ଟର ମିହୀର କୁମାର, କଳାକାର ପ୍ରଭାସ କୁଅଁର, ସାମ୍ବାଦିକ ନିହାର ରଞ୍ଜନ ସାମଲ, ଶ୍ରୀମତୀ ତୁଳସୀ ମଲ୍ଲିକ, ଶ୍ରୀମତୀ ଅର୍ଚ୍ଚନା ଜେନା ଆଦି ଯୋଗଦାନ କରି ଦୀର୍ଘ ୫୫୦ ଦିନଧରି ଦେଶର ବିଭିନ୍ନ ଅଞ୍ଚଳରେ ନିରବଛିନ୍ନ ଭାବରେ କରାଯାଇଥିବା କରୋନା ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ । ଦୀର୍ଘ ୫୫୦ ଦିନ ଧରି ଫାଉଣ୍ଡେସନ ସାରା ଭାରତବର୍ଷରେ ନିରବଛିନ୍ନ ଭାବରେ ସାଧାରଣ ଜନତାଙ୍କୁ ମହାମାରୀ କରୋନା ସମ୍ପର୍କରେ ସଚେତନ କରିବା ସହ ଗରିବ, ଅସହାୟ, ପାଗଳା, ପାଗିଳି, ରେଲୱେ ଷ୍ଟେସନ , ବସଷ୍ଟାଣ୍ଡ , ରାସ୍ତାକଡ଼ ଆଦିରେ ଜୀବନ କାଟୁଥିବା ଵ୍ୟକ୍ତିଙ୍କୁ କିଭଳି ଭାବରେ ବସ୍ତ୍ର, ରାସନ ସାମଗ୍ରୀ, ଆର୍ଥିକ ସହାୟତା, ଶୁଖିଲା ଓ ରନ୍ଧା ଖାଦ୍ୟ , ମାକ୍ସ, ସାବୁନ, ସାନିଟାଇଜର, ଓ.ଆର.ଏସ , ହ୍ୟାଣ୍ଡ ଗ୍ଲୋବସ ଆଦି ଯୋଗାଣ କରିଆସିଛି ସେ ସମ୍ପର୍କରେ ଅନୁଷ୍ଠାନର କର୍ମକର୍ତ୍ତାମାନେ ଆଲୋଚନା କରିଥିଲେ । ପ୍ରାରମ୍ଭିକ ପର୍ଯ୍ୟାୟରେ ଦିବା କାର୍ଯ୍ୟକ୍ରମରେ ସ୍ଥାନୀୟ ମଙ୍ଗଳପୁର ଠାରେ ଫାଉଣ୍ଡେସନ ଦ୍ୱାରା ପରିଚାଳିତ ପ୍ରକଳ୍ପ ଡଲଫିନ୍ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପ ମାଧ୍ୟମରେ କିଭଳି ଭାବରେ ମହାମାରୀ କରୋନା ସମ୍ପର୍କରେ ଲୋକମାନଙ୍କୁ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନ କରାଯାଉଥିଲା ସେ ସମ୍ପର୍କରେ କଳାକାର ରକି ଦାସ, ନିଳିମା ମଲ୍ଲିକ, ବର୍ଷାରାଣୀ ମାଝୀ ,ଦେବସ୍ମିତା ଜେନା, ନିର୍ମଳ ଜେନା, ଅଞ୍ଜଳି ଦାସ, ଲକ୍ଷ୍ମୀପ୍ରିୟା ଦାସ, ଜେ. ପି. କ୍ରିଷ୍ନା, ମୟୁରିକା ବେହୁରିଆ, ବିଶ୍ଵଜିତ ଦାସ, ରୁଦ୍ର ପ୍ରକାଶ ଦାସ, ବିକାଶ ମଲ୍ଲିକ, ଅଭିମନ୍ୟୁ ମଲ୍ଲିକ, ରାଜ କୁମାର ଦାସ, ଭାଗବତ ମଲ୍ଲିକ, ନିହାର ରଞ୍ଜନ ମଲ୍ଲିକ, ଧ୍ରୁବ ଚରଣ ଜେନା, ଶଶିକାନ୍ତ ପଣ୍ଡା, ମିଲନ ନାୟକ ଆଦି ଆଲୋଚନା କରିଥିଲେ । ଏହି ସାନ୍ଧ୍ୟକାଳୀନ ସମୀକ୍ଷା କାର୍ଯ୍ୟକ୍ରମରେ ୬ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ଶ୍ରୀମତୀ ରଞ୍ଜିତା ରାଉତ, ଶିବ ପ୍ରସାଦ ବିଶ୍ୱାଳ, ସୁମି ବିଶ୍ୱାଳଙ୍କ ସମେତ ଅର୍ଦ୍ଦାଉଳିଆ ଗ୍ରାମର ଗ୍ରାମବାସୀମାନେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *