ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ପାହାଡ଼ ପର୍ବତ ଘେରା ଅଞ୍ଚଳରେ ଅବସ୍ଥିତ। ଏଠାକାର ଲୋକଙ୍କର ଜୀବନ ଜୀବିକା କୃଷି ଉପରେ ନିର୍ଭରଶୀଳ। ଶତକଡ଼ା 70 ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରି ଚଳୁଥିବା ବେଳେ ଚାଷୀଙ୍କ ସମସ୍ୟା ପ୍ରତି କୃଷି ବିଭାଗ ଗୁରୁତ୍ୱ ଦେଉ ନ ଥିବାରୁ ଚାଷୀ ଚାଷପ୍ରତି ବିମୁଖ ହୋଇ ଜମି ଭାଗ ଚାଷକୁ ଦେଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ନିଜର ଜୀବନ ଜୀବିକା ସକାଶେ ଯାଉଛନ୍ତି। ଚାଷୀଙ୍କ ସକାଶେ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ଓ ସହାୟତା ର ହାତ ବଢ଼ାଇ ଥିଲେ ସୁଦ୍ଧା ପ୍ରକୃତ ଚାଷୀ ଏଥିରୁ ବଞ୍ଚିତ ହେଉଛନ୍ତି ବର୍ତ୍ତମାନ ଖରିଫ ଋତୁରେ ଧାନ ଚାଷ ସକାଶେ ସାରର କୃତ୍ରିମ ଅଭାବ ସାଙ୍ଗକୁ କଳା ବଜାରୀ ଚାଲିଥିଲେ ସୁଦ୍ଧା କୃଷି ବିଭାଗ ସବୁ ଜାଣି ହାତ ବାନ୍ଧି ଚୁପ ବସିଛି।କଥାରେ ଅଛି ଚେଇଁ ଶୋଇବ ଯିଏ ତାକୁ ଉଠାଇବ କିଏ ? ଏହିଭଳି ନିତିରେ ଚାଲିଛି।ଖବର ପ୍ରସାରଣ ପରେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ଗୁରୁତ୍ୱ ଦେଉ ନ ଥିବାରୁ ସାରର କଳା ବଜାରୀ ବଢ଼ିବାରେ ଲାଗିଛି। ସାର ବ୍ୟବସାୟୀ ଓ କୃଷି ବିଭାଗର ମଧୁଚନ୍ଦ୍ରିକା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି।ଏଥିପ୍ରତି ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାର ଗୁରୁତ୍ୱ ଦେଲେ ଚାଷୀ କୂଳ ଉପକୃତ ହେବେ ବୋଲି ଆଶା କରାଯାଉଛି।
ଖବର ପ୍ରସାରଣ ପରେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ସବୁ ଜାଣିଶୁଣି ଚୁପ !

