ଫଟା କାନ୍ଥ ତଳେ ବିତୁଛି ଶାନ୍ତିଲତାଙ୍କ ଜୀବନ !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡା ଜିଲ୍ଲା କାଉପଡା ପଞ୍ଚାୟତ ବାଘିଲୋ ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଗ୍ରାମର ଶାନ୍ତିଲତା ରାଉତ ଓ ତାଙ୍କ ସ୍ୱାମୀ ଭିକାରୀ ଚରଣ ରାଉତ ଦୀର୍ଘ ଦିନ ଧରି ଏହି ଭଙ୍ଗା ଚାଳ ଛପର ଘରେ ରହି ଆସୁଛନ୍ତି । ହେଲେ କିଛି ଦିନ ପୂର୍ବରୁ ଲଘୁଚାପ ଜନିତ ଲଗାଣ ବର୍ଷାରେ ଆହୁରି ବେହାଲ ହୋଇପଡିଛି ଏହି ଭଙ୍ଗା ଚାଳ ଛପର ଘରଟି । ଘରର ଚାରିପାଖ କାନ୍ଥ ମଧ୍ୟ ଫାଟି ଆଁ କରିଛି । ଏହି ଘରର ଫଟା କାନ୍ଥ ତଳେ ଜୀବନ ବିତାଇବା ବିପଦ ଜନକ ବୋଲି କହିଛନ୍ତି ଶାନ୍ତିଲତା ଓ ଭିକାରୀ . ଯେତେବେଳେ ବର୍ଷା ବା ପବନ ଆସିଥାଏ ସେତେବେଳେ ପଡ଼ିଶାଙ୍କ ଚାଳ ଘରେ ମୁଣ୍ଡ ଗୁଞ୍ଜିଥାନ୍ତି ସ୍ୱାମୀ-ସ୍ତ୍ରୀ ଦୁହେଁ । ଯଦି ସରକାରଙ୍କ ପକ୍ଷରୁ ଘର ଖଣ୍ଡେ ମିଳି ପାରନ୍ତା ତେବେ ସ୍ୱାମୀ-ସ୍ତ୍ରୀ ଦୁହେଁ ଉପକୃତ ହୋଇ ପାରନ୍ତେ । ତେବେ ଏନେଇ ଆମେ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିକ୍ରିୟା ଲୋଡିଥିଲୁ ହେଲେ ସରପଞ୍ଚ ଅନୁପସ୍ଥିତ ଥିବାରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

Leave a Reply

Your email address will not be published. Required fields are marked *