ନିରାଶ୍ରୟାଙ୍କ ଆଶ୍ରା ପାଲଟିଛି ମାନବ ସେବାଶ୍ରମ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଚିନ୍ମୟୀ ଦାସ : ନିରାଶ୍ରୟାଙ୍କ ଆଶ୍ରା ପାଲଟିଛି ତାଳଚେର ଅଞ୍ଚଳର ଅଗ୍ରଣୀ ସାମାଜିକ ସଂଗଠନ ମାନବ ସେବାଶ୍ରମ . ଅନଗୁଳ ଜିଲ୍ଲା ତାଳଚେର ବ୍ଲକ ଅନ୍ତର୍ଗତ ସ୍କଟଲାଣ୍ଡପୁର ର ବେଡି ନାଏକ ନାମକ ମହିଳା ଗୁରୁତର ଅସୁସ୍ଥ ହୋଇଥିବାର ଖବର ପାଇଥିଲେ ମାନବ ସେବା ଚାରିଟେବଲ ଟ୍ରଷ୍ଟ ର ସଦସ୍ୟ . ତାଙ୍କ ଗୋଡ଼ ହାତରେ ବଡ଼ ବଡ଼ ଘା ହୋଇ ପୋକ ଲାଗିଯିବାରୁ ମାଛିଆ ପାତକ ହୋଇଛି ବୋଲି ତାଙ୍କୁ କେହି ସ୍ପର୍ଶ ମଧ୍ୟ କରୁନଥିଲେ . ଖବର ପାଇ ସେଠାରେ ପହଞ୍ଚିବା ପରେ ପ୍ରଥମେ ଘା କୁ ସଫା କରି ବ୍ୟାଣ୍ଡେଜ କଲାପରେ ଆମ୍ବୁଲାନସ ଡକେଇ ଗୋଡ଼ିବନ୍ଧ ହସ୍ପିଟାଲ ଓ ପରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରିଥିଲେ . ତେବେ ସେ ସମ୍ପୂର୍ଣ ସୁସ୍ଥ ହେଲାପରେ ମାନବ ସେବାଶ୍ରମ ରେ ସବୁଦିନ ପାଇଁ ରହିବେ ବୋଲି ଅନୁଷ୍ଠାନର ପରିଚାଳକ ସୂଚନା ଦେଇଛନ୍ତି .

Leave a Reply

Your email address will not be published. Required fields are marked *