ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ନିର୍ବାଚନ ମଣ୍ଡଳୀ ବ୍ରହ୍ମପୁରା ମଣ୍ଡଳରେ ଆୟୋଜିତ ହୋଇଯାଇଛି ବିଜେପି କୃଷକ ମୋର୍ଚ୍ଚାର ପ୍ରଶିକ୍ଷଣ କର୍ମଶାଳା . ମା ମହାବେରଣା ଙ୍କ ପୀଠରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ କଟକ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶଙ୍କର୍ଷଣ ମହାନ୍ତି ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ . ବାଙ୍କୀ ବିଜେପି ନେତା କୃଷକ ମୋର୍ଚ୍ଚା ରାଜ୍ୟ ସଂଯୋଜକ ଅଜୟ ସ୍ୱାଇଁ ଙ୍କ ଆବାହକତ୍ୱରେ କାର୍ଯ୍ୟକ୍ରମ ପରିଚାଳନା ହୋଇଥିବା ସମୟରେ କର୍ମଶାଳାରେ ବାଙ୍କୀ ଅଞ୍ଚଳର କୃଷକ ମାନଙ୍କର ମୌଳିକ ସମସ୍ୟା ଏବଂ ସମାଧାନ ଉପରେ ଆଲୋଚନା ହୋଇଥିଲା .
ବ୍ରହ୍ମପୁରା ମଣ୍ଡଳରେ କୃଷକ ମୋର୍ଚ୍ଚାର ପ୍ରଶିକ୍ଷଣ କର୍ମଶାଳା !!!

