ପ୍ରକୃତ ହିତାଧିକାରୀଙ୍କୁ କେବେ ଚିହ୍ନଟ କରିବ ପ୍ରଶାସନ ??

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଗରିବ ଲୋକଙ୍କ ପାଇଁ ବହୁତ ପ୍ରକାର ଜନକଲ୍ୟାଣ କାର୍ଯ୍ୟମାନ ପ୍ରଣୟ କରୁଛନ୍ତି । ହେଲେ ସମସ୍ତଙ୍କ ପାଖରେ ଯୋଜନା ପହଞ୍ଚିବା ଆଗରୁ କୋଉଠି ବାଟବଣା ହେଉଛି ତ ଅନ୍ୟ କୋଉଠି ଅଯୋଗ୍ୟ ହିତାଧିକାରୀ ସରକାରୀ ସାହାଯ୍ୟକୁ ହାତଉଛନ୍ତି । ଏମିତି କିଛି ପରିବାର ଡମପଡା ବ୍କକର ଅରପୁର ଗ୍ରାମରେ ଅଛନ୍ତି ଯେଉଁ ମାନଙ୍କର ଘର ଖଣ୍ତେ ନାହିଁ ରହିବାକୁ । ଯାହାଥିଲା ଚଳିତବର୍ଷର ଲଗାଣବର୍ଷା ଓ ବନ୍ୟାରେ ସଂପୁର୍ଣ୍ଣ ଭାବେ ଭାଙ୍ଗି ଯାଇଛି । ବହୁ ଅସୁବିଧାରେ ସେହି ଭଙ୍ଗାଘରେ ରହୁଛନ୍ତି ଦିନର ସୂର୍ଯ୍ୟ ରାତିର ଚନ୍ଦ୍ର କିରଣକୁ ସାଥିକରି । ବହୁବାର ପ୍ରଶାସନ ପାଖରେ ଗୁହାରୀ କଲେ ମଧ୍ୟ , ସବୁ ଦେଖି କୁମ୍ଭକର୍ଣ୍ଣ ନିଦାରେ ଶୋଇଛନ୍ତି ବିଭାଗୀୟ ଅଧିକାରୀ । ଜନ ପ୍ରତିନିଧି ସରପଞ୍ଚ କେବଳ ବାହାପିଆ ମାରି କହିଦିଅନ୍ତି – ଘ ରମିଳିବ ନିଶ୍ଚିତ । ହେଲେ ରାତିଅଧରେ ଥିଲାବାଲା ଲୋକଠୁ କୋଡିଏ ହଜାର ପାଇଲେ ତାକୁ ମିଳିଯାଏ ଆବାସ ଯୋଜନା ର କାର୍ଯ୍ୟାଦେଶ । ସରପଞ୍ଚଙ୍କ ମିଛ ଆଶ୍ଵସନାରେ କାମ ଦାମ ବନ୍ଦ କରି ଅରପୁର ଗ୍ରାମର ମୁରଲୀ ପ୍ରଧାନ, ଦିଲୁ ମହାରଣା, ବଙ୍କାନିଧି ସେଠୀ, ପ୍ରଭାକର ନାୟକ, ଭଜମନ ବାରିକ ,ପୂର୍ଣ୍ଣଚନ୍ଦ୍ର ନାୟକ ଏବଂ ଦ୍ୱାରିକାନାଥ ନାୟକ ତହସିଲ କାର୍ଯ୍ୟାଳୟ ଜରି ପାଲ ପାଇବା ଆଶାରେ ଯାଇଁ ଫେରିଛନ୍ତି । ତହସିଲଦାରଙ୍କୁ କ୍ଷତିପୁରଣ ସଂପର୍କରେ ପଚାରିବାରୁ ଉତ୍ତର ଆସୁଛି , ଆମେ ଅନୁସନ୍ଧାନ କରି ଯୋଗ୍ୟ ଲୋକଙ୍କୁ ପାଲ ଦେବୁ । ଦିନ ପରେ ଦିନ ଗଡି ଚାଲିଛି , କିନ୍ତୁ ସରକାରୀ ବାବୁଙ୍କ ପାଦ ପଡୁନାହିଁ ଅନୁସନ୍ଧାନ ପାଇଁ । ବାଙ୍କୀ ଅଞ୍ଚଳର ସାମାଜିକ କର୍ମୀ ହିମାଂଶୁ ଶେଖର ନାୟକ ଉଚ୍ଚ କର୍ତ୍ତୃପକ୍ଷଙ୍କର ଏଥିପ୍ରତି ଦୃଷ୍ଟି ଆକର୍ଷଣ କରାଇଛନ୍ତି ।

Leave a Reply

Your email address will not be published. Required fields are marked *