୧୧ ଗ୍ରାମ ବ୍ରାଉନସୁଗର ଜବତ : ୨ ଗିରଫ ।

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ଥାନା ସରଳସିଂହ ରେଲୱେ ଫାଟକ ନିକଟରୁ ୧୧ ଗ୍ରାମ ବ୍ରାଉନସୁଗାର ସହ ସ୍କୁଟି ଜବତ କରି ୨ ଜଣଙ୍କୁ ବାଲୁଗାଁ ଅବକାରୀ ବିଭାଗ ଗିରଫ କରିଛି । ଗିରଫ ବ୍ୟକ୍ତିମାନେ ବାଲୁଗାଁ ଗାନ୍ଧୀନଗରର ବାଦଲ ରାମ ନାଗା ଅଲାଣ୍ଡ ପାଟଣାର କର୍ଣ୍ଣ ଜାଲି ବୋଲି ଜଣାପଡିଛି । ସୂଚନା ମୁତାବକ ଟାଙ୍ଗୀ ଥାନା କୁହୁଡି ଅଞ୍ଚଳ ରୁ ଏକ ସ୍କୁଟି ଗାଡ଼ି ନମ୍ବର (ଓଡ଼ି ୦୨ ଏକ ୨୪୦୨) ଯୋଗେ ବ୍ରାଉନସୁଗାର ବାଲୁଗାଁ ଆସୁଥିବା ନେଇ ବିଶେଷ ସୂତ୍ରରୁ ଖବର ମିଳିବା ପରେ ବାଲୁଗାଁ ଅବକାରୀ ଏସ୍ଆଇ ମନୋଜ ବାରିକଙ୍କ ନେତୃତ୍ୱରେ କର୍ମଚାରୀ ମାନେ ସରଳସିଂହ ରେଲୱେ ଫାଟକ ନିକଟରେ ଛପି ରହିଥିଲେ ସ୍କୁଟି ଟି ଫାଟକ ଅତିକ୍ରମ କରୁଥିବା ବେଳେ ଅବକାରୀ କର୍ମଚାରୀ ମାନେ ଗାଡ଼ିକୁ ଅଟକାଇବା ସହ ୨ ଜଣଙ୍କୁ କାବୁ କରିଥିଲେ । ସେମାନଙ୍କ ଠାରୁ ପ୍ରାୟ ୧୧ ଗ୍ରାମର ବ୍ରାଉନସୁଗାର ଜବତ କରିଥିଲେ । ଯାହାର ଆନୁମାନିକ ମୂଲ୍ୟ ଲକ୍ଷ୍ୟଧିକ ଟଙ୍କା ହେବ ବୋଲି ଜଣାଯାଇଛି . ୨ ଜଣ ଅଭିଯୁକ୍ତଙ୍କୁ ଜିଲ୍ଲା ମୋବାଇଲ ପିଆର୍ ନଂ‌ ୦୯/୨୧-୨୨ରେ ଏକ ମାମଲା ରୁଜୁକରି କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଏସ୍ଆଇ ଶ୍ରୀ ବାରିକ ସୂଚନା ଦେଇଛନ୍ତି ।।

Leave a Reply

Your email address will not be published. Required fields are marked *