କଟକ ବଡ଼ ମେଡିକାଲର ସୁରକ୍ଷା କର୍ମୀଙ୍କ ଦବଙ୍ଗଗିରି : ସାଧାରଣ ଜନତା ହେଲେଣି ଅତିଷ୍ଠ ।

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : କଟକ ବଡ଼ ମେଡିକାଲ ରେ ବଢ଼ିବାରେ ଲାଗିଛି ସୁରକ୍ଷା କର୍ମୀଙ୍କ ଦବଙ୍ଗଗିରି . ଏପରିକି ସେମାନଙ୍କ ଦୌରାତ୍ମ୍ୟ ରୁ ସ୍ଥାନୀୟ ଲୋକେ ମଧ୍ୟ ତ୍ରାହି ପାଉ ନାହାନ୍ତି . ସିକ୍ୟୁରୀଟି ମାନେ ଯଦି କଟକ ଲୋକଙ୍କୁ ଏମିତି ବ୍ୟବହାର କରୁଛନ୍ତି ତେବେ ଦୂର ଦୂରାନ୍ତରୁ ଆସୁଥିବା ଗରିବ ଲୋକଙ୍କୁ କଣ ବ୍ୟବହାର କରୁ ନଥିବେ । ଏମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର ବୋଲି ପ୍ରକାଶ କରିଛନ୍ତି ରୋଗୀଙ୍କ ସମ୍ପର୍କୀୟ । ମେଡିକାଲ ଡ୍ୟୁଟି ବାହାନାରେ ତଥା ଜରୁରୀକାଳୀନ ସେବା ଆଡୁଆଳରେ ରହି ନିଜର ମନମୁଖୀ ବ୍ୟବହାର ଚଳାଇଛନ୍ତି କାର୍ଯ୍ୟରେ ନିୟୋଜିତ ସୁରକ୍ଷା କର୍ମୀ । କଟକ ବଡ଼ ମେଡିକାଲରେ ସିକ୍ୟୁରୀଟି କର୍ମଚାରୀଙ୍କ ଦାଦାଗିରି ର ଭିଡିଓ ଏବେ ସୋସାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଚୌଦ୍ୱାର ଅଞ୍ଚଳର ରଞ୍ଜନ ବେହେରା ନାମକ ବ୍ୟକ୍ତିଙ୍କୁ ସିକ୍ୟୁରୀଟି ମାନେ ନିସ୍ତୁକ ମାଡ଼ କରିଥିବା ନେଇ ପୋଲିସ ଥାନାରେ ଅଭିଯୋଗ ମଧ୍ୟ ହୋଇଛି । ଏହିଭଳି ବହୁ ଘଟଣା ଦୈନିକ ଘଟୁଥିବା ବେଳେ, ରଞ୍ଜନଙ୍କୁ ଆକ୍ରମଣ ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି ।

Leave a Reply

Your email address will not be published. Required fields are marked *