ଭୁବନେଶ୍ୱର ଏକାମ୍ର ( ଆୱାଜ ମିଡ଼ିଆ ) – ଶୁଭ୍ରାଂଶୁ ଶୁଭମୟ ମହାନ୍ତି : ସାମାଜିକ ଅନୁଷ୍ଠାନ ଜନମଙ୍ଗଳ ପରିଷଦ ପକ୍ଷରୁ ପିପୁଲ ଫର ସେବା ଵୃଦ୍ଧାଶ୍ରମ ରେ ରାସନ ସାମଗ୍ରୀ ପ୍ରଦାନ କରାଯାଇଛି | ପରିଷଦର ପ୍ରମୁଖ ସଦସ୍ୟ ନିରଞ୍ଜନ ସାହୁଙ୍କ ଜନ୍ମଦିନ ଅବସରରେ, ପରିଷଦର ସଦସ୍ୟ ଅଲେଖ ଚନ୍ଦ୍ର ଜେନା, ମିଲନ କୁମାର ପ୍ରଧାନଙ୍କ ସମେତ ପ୍ରଶାନ୍ତି ଏଜୁକେସନ ଏଣ୍ଡ ଚ୍ୟାରିଟେବଲ ଟ୍ରଷ୍ଟର ଅଧ୍ୟକ୍ଷା ତପସ୍ୱିନୀ ପଣ୍ଡାଙ୍କ ସହଯୋଗରେ ଵୃଦ୍ଧାଶ୍ରମରେ ଅତ୍ୟାବଶ୍ୟକ ରାସନ ସାମଗ୍ରୀ ସବୁ ପହଞ୍ଚା ଯାଇଥିଲା | ବର୍ତ୍ତମାନ ଵୃଦ୍ଧାଶ୍ରମ ରେ ପ୍ରାୟ 20 ରୁ ଉର୍ଦ୍ଧ ଅନ୍ତେବାସୀ ରହିଥିବା ବେଳେ ସେମାନଙ୍କର ଖାଦ୍ୟପେୟ, ମେଡିକାଲ ଓ ଅନ୍ୟାନ ଖର୍ଚ୍ଚ ନିମନ୍ତେ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗ ଜରୁରୀ ହୋଇପଡିଛି | ଆଜିର ଯୁବସମାଜ ସେମାନଙ୍କ ସ୍ମରଣୀୟ ମୁହୂର୍ତ୍ତ ସବୁକୁ ଏହି ସବୁ ସେବା କାର୍ଯ୍ୟରେ ସୁବିନିଯୋଗ କଲେ ଅନ୍ୟମାନଙ୍କ ପାଇଁ ପ୍ରେରଣା ହୋଇପାରିବେ ବୋଲି ପରିଷଦର ଅଧ୍ୟକ୍ଷ ଅଲେଖ ଚନ୍ଦ୍ର ଜେନା କହିଥିଲେ |

ପ୍ରଶାନ୍ତି ଏଜୁକେସନ ଏଣ୍ଡ ଚ୍ୟାରିଟେବଲ ଟ୍ରଷ୍ଟର ଅଧ୍ୟକ୍ଷା ତପସ୍ୱିନୀ ପଣ୍ଡା କହିଥିଲେ କି ଏଭଳି ସହଯୋଗ ଆଗକୁ ମଧ୍ୟ ଜାରିରହିବ | ଅନ୍ୟମାନେ ମଧ୍ୟ ଯଥା ସମ୍ଭବ ଏହି ଜରାଶ୍ରମକୁ ସହଯୋଗର ହାତ ବଢ଼ାନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି | ଜନ୍ମଦିନ ପାଳିବାକୁ ଏଭଳି ଢଙ୍ଗରେ ଏଭଳି ସ୍ଥାନ କଣ ପାଇଁ ବାଛିଲେ ପ୍ରଶ୍ନରେ ନିରଞ୍ଜନ କହିଥିଲେ କି, ସାଙ୍ଗସାଥି ଗହଣରେ କେକ୍ କାଟି କିମ୍ବା ଭୋଜି ଭାତ କରି ଯେଉଁ ଖୁସି ମିଳିଥାନ୍ତା ତାଠାରୁ ବହୁ ଅଧିକ ମୁଁ ଖୁସି | ଅନ୍ତେବାସୀଙ୍କ ମାନଙ୍କ ସ୍ନେହ ବୋଳା ପଦେ କଥା ସହ ଆଶ୍ରିବାଦ ର ହାତ ମୋ ପାଇଁ ବହୁ ମୂଲ୍ୟବାନ | ଏମାନଙ୍କ ସହ ସମୟ ଅତିବାହିତ କରି ମୋତେ ଆତ୍ମତୃପ୍ତି ମିଳୁଛି | ଆଗାମୀ ଦିନ ମାନଙ୍କରେ ମଧ୍ୟ ଯେବେ ବି ମୋତେ ସମୟ ହେବ ମୁଁ ଆସି ଏହି ଅନ୍ତେବାସୀଙ୍କ ଗହଣରେ କିଛି ସମୟ ବିତାଇବି |


