ସେବାଶ୍ରମ ଅନ୍ତେବାସୀଙ୍କ ଗହଣରେ ଜନ୍ମଦିନ ପାଳିଲେ ଯୁବ ସାମ୍ବାଦିକ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶୁଭ୍ରାଂଶୁ ଶୁଭମୟ ମହାନ୍ତି : ପାରିବାରିକ ମାଙ୍ଗଳିକ ଉତ୍ସବ ପରି ହସଖୁସିର ମୁହୂର୍ତ୍ତକୁ ଭିନ୍ନ ଭିନ୍ନ ଲୋକ ଅଲଗା ଅଲଗା ଢଙ୍ଗରେ ପାଳିଥାନ୍ତି . ତେବେ ସମାଜରେ କିଛି ନିଆରା ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ନିଜ ଖୁସିକୁ ଅନ୍ୟ ସହ ବାଣ୍ଟିବାରେ ଆନନ୍ଦ ପାଇଥାନ୍ତି . ଏପରି ଜଣେ ବ୍ୟକ୍ତିତ୍ୱ ସାମାଜିକ ଅନୁଷ୍ଠାନ ଜନମଙ୍ଗଳ ପରିଷଦ ର ସଦସ୍ୟ ତଥ ଆୱାଜ ମିଡ଼ିଆ ର ଭୁବନେଶ୍ୱର ବ୍ୟୁରୋ ନିରଞ୍ଜନ ସାହୁ . ନିଜ ଜନ୍ମଦିନ ଅବସରରେ ରାଜଧାନୀର ପିପୁଲ ଫର ସେବା ଵୃଦ୍ଧାଶ୍ରମ ରେ ଉପସ୍ଥିତ ରହି ଅନ୍ତେବାସୀ ମାନଙ୍କ ସହିତ ହସଖୁସି ବାଣ୍ଟିବା ସହିତ ସେମାନଙ୍କର ଆଶୀର୍ବାଦ କାମନା କରିଥିଲେ | ଜନ୍ମଦିନ ପାଳିବାକୁ ଏଭଳି ଢଙ୍ଗରେ ଏଭଳି ସ୍ଥାନ କଣ ପାଇଁ ବାଛିଲେ ପ୍ରଶ୍ନରେ ନିରଞ୍ଜନ କହିଥିଲେ କି, ସାଙ୍ଗସାଥି ଗହଣରେ କେକ୍ କାଟି କିମ୍ବା ଭୋଜି ଭାତ କରି ଯେଉଁ ଖୁସି ମିଳିଥାନ୍ତା ତାଠାରୁ ବହୁ ଅଧିକ ମୁଁ ଖୁସି | ଅନ୍ତେବାସୀଙ୍କ ମାନଙ୍କ ସ୍ନେହ ବୋଳା ପଦେ କଥା ସହ ଆଶ୍ରିବାଦ ର ହାତ ମୋ ପାଇଁ ବହୁ ମୂଲ୍ୟବାନ | ଏମାନଙ୍କ ସହ ସମୟ ଅତିବାହିତ କରି ମୋତେ ଆତ୍ମତୃପ୍ତି ମିଳୁଛି | ଆଗାମୀ ଦିନ ମାନଙ୍କରେ ମଧ୍ୟ ଯେବେ ବି ମୋତେ ସମୟ ହେବ ମୁଁ ଆସି ଏହି ଅନ୍ତେବାସୀଙ୍କ ଗହଣରେ କିଛି ସମୟ ବିତାଇବି | .

Leave a Reply

Your email address will not be published. Required fields are marked *