ବିଭିନ୍ନ ଦୁର୍ଗାପୂଜା ମଣ୍ଡପରେ ମା’ଙ୍କର ନବରାତ୍ରି ପୂଜା ଆରମ୍ଭ !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ସହର ର ରାଧାକୃଷ୍ଣ ବଜାର ସ୍ଥିତ ଦୁର୍ଗାପୂଜା ମଣ୍ଡପରେ ଗତକାଲି ଠାରୁ ମା ଙ୍କର ନବରାତ୍ର ପୂଜା ଆରମ୍ଭ ହୋଇଯାଇଛି । ଗତକାଲି ମା ଙ୍କର ବିଲ୍ଵଭିବାସ, ବିଲ୍ଵ ସଖା ଛେଦନ, ମଙ୍ଗଳାଧିପୂଜା ,ସୂର୍ଯ୍ୟ ପୂଜା, ମାଙ୍କୁ ଜୀବଦାନ, ଅଙ୍ଗିଶଙ୍କର ସମେତ ଅନେକ ପୂଜାବିଧି ସମ୍ପାଦିତ ହୋଇଯାଇଛି । ପ୍ରତିଦିନ ମାଙ୍କ ନିକଟରେ ବାଳ ଭୋଗ, ବିଭିନ୍ନ ପ୍ରକାରର ଫଳମୂଳ ଲାଗି ପୂଜା , ଦିପ୍ରହରରେ ଶଙ୍କୁଡ଼ି ଭୋଗ , ସନ୍ଧ୍ୟାରେ ଖିରିପୁଳି ଭୋଗ ଲାଗି ପୂଜା ସମ୍ପାଦିତ କରାଯାଉଛି ବୋଲି ପୂଜକ ରୁଦ୍ୟନାରାୟଣ କବି ଶତପଥୀ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *