ପୋଖରୀରେ ବୁଡ଼ି ଯୁବକର ମୃତ୍ୟୁ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ଅନ୍ତର୍ଗତ ହରିଜନ ସାହିର ଜଣେ ବ୍ୟକ୍ତି ପୋଖରୀରେ ବୁଡି ମୃତ୍ୟୁ ବରଣ କରିଥିବା ଜଣାଯାଇଛି l ସୂଚନା ମୁତାବକ କଷ୍ଟିଆ ନାୟକଙ୍କ ପୁଅ ଶଙ୍କର ନାୟକ ସଂନ୍ଧ୍ୟାରେ ଶୌଚ ହେଵା ନିମନ୍ତେ ଥାନା ନିକଟରେ ଥିବା ଯୋଗୀ ପୋଖରୀ ମଧ୍ୟକୁ ଯାଇଥିଲେ l ତେବେ ଦୀର୍ଘ ସମୟ ଧରି ଶଙ୍କର ଘରକୁ ନ ଫେରିବାରୁ ପରିବାର ଲୋକ ପୋଖରୀକୁ ଯିବା ପରେ ଶଙ୍କର ଙ୍କ ମୃତ ଶରୀର ପୋଖରୀରେ ଭାସୁଥିବାର ଦେଖିବାକୁ ପାଇଥିଲେ l ସଙ୍ଗେସଙ୍ଗେ ସାହି ବାସିନ୍ଦା ଶଙ୍କରଙ୍କ ଶରୀରକୁ ପୋଖରୀରୁ ଉଦ୍ଧାର କରି ବାଣପୁର ମେଡିକାଲ ନେବାପରେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି . ଘଟଣା ସମ୍ପର୍କରେ ଡାକ୍ତରଖାନା କର୍ତ୍ତୃପକ୍ଷ ବାଣପୁର ପୋଲିସକୁ ଖବର ଦେଇଥିବାର ଜଣାପଡିଛି ।

Leave a Reply

Your email address will not be published. Required fields are marked *