ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ସାଳିଆ ନଦୀର ସାଖା ସାପୁଆ ନଦୀରୁ ବାଣପୁର ଅଗ୍ନିଶମ ବାହିନୀ ୧୫ ଘଣ୍ଟା ର ସର୍ଚ୍ଚ ଅପରେସନ ପରେ ଉଦ୍ଧାର କଲା ନଈର ପ୍ରଖର ସ୍ରୋତରେ ଭାସି ଯାଇଥିବା ସାନହନ୍ତୁଆଡ଼ ଗାଁର ମଞ୍ଜୁଲତା ମହାରଣାଙ୍କ ମୃତଦେହ . ଗତକାଲି ନଦୀକୁ ଗାଧୋଇବା ପାଇଁ ଯାଇଥିଲେ ମଞ୍ଜୁଲତା , ହେଲେ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ . ଘରଲୋକ ବହୁତ ଖୋଜାଖୋଜି ପରେ ସନ୍ଦେହରେ ପାଖରେ ଥିବା ନଈ କୁ ଯାଇ ଦେଖିଥିଲେ l ନଈ ପଠାରେ ମଞ୍ଜୁଲତା ଙ୍କ ଲୁଗା ଦେଖି ପାଣି ରେ ବୁଡି ଯାଇଥିବା ର ସନ୍ଦେହରେ ଗ୍ରାମର ଯୁବକ ମାନେ ଖୋଜାଖୋଜି କରିବା ସହ ବାଣପୁର ଅଗ୍ନିଶମ ବାହିନୀ କୁ ଖବର ଦେଇଥିଲେ l ବାଣପୁର ଅଗ୍ନିଶମ ବାହିନୀ ଖବର ପଇ କାଳ ବିଳମ୍ବ ନକରି ଘଟଣା ସ୍ଥଳରେ ପହଞ୍ଚି ବହୁତ ଖୋଜାଖୋଜି କରିଥିଲେ l ବହୁତ ରାତି ହୋଇ ଯାଇଥିବାରୁ ମଞ୍ଜୁଲତା ଙ୍କର କୌଣସି ଖୋଜ ଖବର ପାଇ ନଥିଲେ , ପୁଣି ଆଜି ସକାଳୁ ବାଣପୁର ଅଗ୍ନିଶମ ବାହିନୀ ତାର ସର୍ଚ୍ଚ ଅପରେସନ ଜାରି ରଖିଥିଲା l ଗାଧୋଇବା ସ୍ଥାନ ଠାରୁ ୧୦୦ ମିଟର ଦୂରରେ ମଞ୍ଜୁଲତା ଙ୍କ ଶବ ଭାସୁ ଥିବାର ଦେଖି ବାଣପୁର ଅଗ୍ନିଶମ ବାହିନୀ ଉଦ୍ଧାର କରିଥିଲା ଓ ପରିବାର ଲୋକଙ୍କୁ ମଞ୍ଜୁଲତା ଙ୍କ ମୃତଦେହ ହସ୍ତାନ୍ତର କରିଥିଲା l ପୁର୍ବରୁ ଦିଆ ଯାଇଥିବା ଅଭିଯୋଗ ଆଧାରରେ ବାଣପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ବାଣପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର କୁ ପଠେଇଥିଲେ l ବିଗତ ଦୁଇ ସପ୍ତାହ ମଧ୍ୟରେ ନଦୀରେ ବୁଡି ତିନି ଜଣଙ୍କ ମୃତ୍ୟୁ ହୋଇଥିବା ସମୟରେ ସ୍ଥାନୀୟ ଲୋକଙ୍କୁ ସାବଧାନତା ଅବଲମ୍ବନ ପାଇଁ ପ୍ରଶାସନ ତରଫରୁ ପରାମର୍ଶ ଦିଆଯାଇଛି .
ସାପୁଆ ନଦୀରୁ ମଞ୍ଜୁଲତା ମହାରଣାଙ୍କ ମୃତ ଦେହ ଉଦ୍ଧାର l

