ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ସଦର ମହକୁମାର ତୋଟାପଡା ଛକଠାରେ ଏକ ଚିପସ ବୋଝେଇ ଟ୍ରକ ଧକ୍କା ଦେଇ ଭାରସାମ୍ୟ ହରାଇ ଓଲଟି ପଡିବା ଫଳରେ ଜଣେ ବାଇକ ଚାଳକ ମୃତ୍ୟୁ ବରଣ କରିଥିବା ବେଳେ ଆରୋହି ଜଣଙ୍କ ଗୁରୁତର ଆହତ ହୋଇ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯୁବକ ଜଣକ ହେଉଛନ୍ତି ବେଗୁନିଆ ଥାନା ଅନ୍ତର୍ଗତ କଣ୍ଟାବାଡ଼ ପଞ୍ଚାୟତ କାଚରା ଗ୍ରାମର ପ୍ରଦୀପ୍ତ କୁମାର ସାହୁ ଆହତ ଜଣକ ହେଉଛନ୍ତି ବାଘମାରି ଗ୍ରାମର ବିଭୁ ପ୍ରସାଦ ଦାଶ .
ଚିପସ ବୋଝେଇ ଟ୍ରକ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର !!!

