ବାଲୁଗାଁ ଅଞ୍ଚଳରେ ଅଘଟଣ : ସ୍ତ୍ରୀ କୁ ସ୍ୱାମୀ ବିଷ ଦେଇ ମାରିଥିବା ଅଭିଯୋଗ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ସ୍ତ୍ରୀ କୁ ସ୍ୱାମୀ ବିଷ ଦେଇ ମାରିଦେଇଥିବାର ଅଭିଯୋଗ ହୋଇଛି l ଏପରି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ବାଲୁଗାଁ ଏନଏସି ରାଜୀବ ନଗର ଅଞ୍ଚଳରେ l ଅଭିଯୋଗ ମୁତାବକ ବୋଲଗଡ ଥାନା ଆରିକମା ଗ୍ରାମର ମୁନା ନାୟକଙ୍କ ଝିଅ ନମିତା ନାୟକ ନଅ ବର୍ଷ ତଳେ ବାଲୁଗାଁ ଥାନା ରାଜୀବ ନଗର ନିବାସୀ ମାନସ ନାୟକଙ୍କୁ ବୈଦିକ ରୀତି ଅନୁଯାୟୀ ବିବାହ କରିଥିଲେ l ନମିତା ଙ୍କ ତିନି ଗୋଟି ପୁଅ ଝିଅ ଅଛନ୍ତି l ତେବେ ହଠାତ ଗତକାଲି ସଂନ୍ଧ୍ୟାରେ ନମିତାଙ୍କୁ ଗୁରୁତର ଅବସ୍ଥାରେ ତାଙ୍କ ସ୍ୱାମୀ ମାନସ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ l ଚିକିତ୍ସିତ ଅବସ୍ଥାର ନମିତାଙ୍କ ମୃତ୍ୟୁ ହୋଇ ଯାଇଥିଲା l ଏ ନେଇ ଡାକ୍ତର ବାଲୁଗାଁ ପୋଲିସ କୁ ଜଣାଇବା ପରେ ପୋଲିସ ନମିତାଙ୍କ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇ ଦେଇଛି l ତେବେ ନମିତାଙ୍କ ଭାଇ ମନୋଜ ନାୟକ ବାଲୁଗାଁ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି କି ତାଙ୍କ ଭଉଣୀଙ୍କୁ ମାନସ ବିଷ ଦେଇ ମାରି ଦେଇଛନ୍ତି l ଏହାପରେ ବାଲୁଗାଁ ପୋଲିସ କେସ ନମ୍ବର 177 / 21 ରେ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି l ତେବେ ନମିତାଙ୍କ ମୃତ୍ୟୁ ସନ୍ଦେହ ଘେରରେ ଥିବାବେଳେ ଆଜି ଘଟଣା ସ୍ଥଳରେ ଖୋର୍ଦ୍ଧା ସାଇଣ୍ଟିଫିକ ଟିମ, ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ, ବାଲୁଗାଁ ଆଇଆଇସି ରମାକାନ୍ତ ମାହାଲିକ ଏବଂ ଅନ୍ୟ ଅଧିକାରୀ ମାନେ ଯାଇ ଘଟଣାର ଛାନଭିନ କରିଛନ୍ତି l ତେବେ ପ୍ରାଥମିକ ଅନୁସନ୍ଧାନ ରୁ ନମିତାଙ୍କ ମୃତ୍ୟୁ ବିଷପାନ ଲାଗି ଅନୁମାନ କରାଯାଉଥିବା ବେଳେ ଶବ ବ୍ୟବଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିବ ବୋଲି ଆଇଆଇସି ଶ୍ରୀ ମାହାଲିକ ସୂଚନା ଦେଇଛନ୍ତି l ଅନୁରୂପ ଭାବେ ନମିତାଙ୍କ ଶ୍ୱଶୁର ଘରେ ସଦା ବେଳେ ପାରିବାରିକ କଳହ ଲାଗି ରହୁଥିବାର ସ୍ଥାନୀୟ ବାସିନ୍ଦା ମାନେ ସୂଚନା ଦେଇଛନ୍ତି .

Leave a Reply

Your email address will not be published. Required fields are marked *