ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ହାତୀ କାଳିକା ଗ୍ୟାଙ୍ଗର ୨ ଲୁଟେରାଙ୍କୁ ଗିରଫ କରିବା ପରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ପ୍ରେସ ମିଟ . ଗତ ଅଗଷ୍ଟ ୧୯ ତାରିଖରେ ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଓସ୍ତପାଳ ପେଟ୍ରୋଲ ପମ୍ପ ଡକାୟତି ମାମଲାରେ ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ସେମାନଙ୍କ ଠାରୁ ଦୁଇଟି ପିସ୍ତଲ , ୫ ଟି ମାଗଜିନ, ୨୦ ରାଉଣ୍ଡ ଗୁଳି, ୧୨ଟି ମୋବାଇଲ ଫୋନ ଓ ଦୁଇଟି ଭୁଜାଲି ଜବତ କରାଯାଇଛି । କୁଖ୍ୟାତ ହାତୀ କାଳିଆ ଗ୍ୟାଙ୍ଗର ଏହି ସଦସ୍ୟ ଘଟଣା ଦିନ ଢେଙ୍କାନାଳ ଓ କଟକ ଜିଲ୍ଲାର ୪ ଗୋଟି ପେଟ୍ରୋଲ ପମ୍ପ ଡକାୟତି କରିଥିଲେ । ଏହି ଘଟଣାରେ ପୂର୍ବରୁ ପୋଲିସ ଜଣଙ୍କୁ ଗିରଫ କରିଥିବା ବେଳେ ଆଜି ୨ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ବଳଦିଆ ବନ୍ଧ ପେଟ୍ରୋଲ ପମ୍ପ ଡକାୟତି ଓ ୨ ଦିନ ତଳେ ଆଠଗଡ଼ ଏଟିଏମ ଭ୍ୟାନ ଡକାୟତିରେ ସଂପୃକ୍ତି ସଂପର୍କରେ ଅନୁସନ୍ଧାନ ପାଇଁ ଏମାନଙ୍କୁ ରିମାଣ୍ଡରେ ଆଣିବା ପାଇଁ ପୋଲିସ ନିଷ୍ପତ୍ତି ନେଇଛି । ଜଗତସିଂହପୁର ଅଞ୍ଚଳରେ ହାତୀ କାଳିଆ ଗ୍ୟାଙ୍ଗ ସହିତ ସପୃକ୍ତ ଏହି ୨ ଜଣଙ୍କ ନାମରେ ବିଭିନ୍ନ ଜିଲ୍ଲାର ଏକାଧିକ ଥାନାରେ ୧୭ ଗୋଟି ମାମଲା ରହିଥିବା କଥା ଢେଙ୍କାନାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କେ ଶିବା ସୁବ୍ରମଣି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।
ହାତୀ କାଳିକା ଗ୍ୟାଙ୍ଗର ୨ କୁଖ୍ୟାତ ଲୁଟେରା ଗିରଫ !!!

