ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ମାତ୍ର ୧୫ ଦିନ ଭିତରେ ଅନଲାଇନ ମାଧ୍ୟମରେ ୧୦୦୦ରୁ ଉର୍ଦ୍ଧ ତାଲିମ ନେଇ ଇଣ୍ଟରନ୍ୟାସନାଲ ବୁକ୍ଅଫ୍ ରେକର୍ଡ ରେ ସ୍ଥାନ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ବାଣପୁର ମାଟିର ପୁଅ ଆଶିଷ . ଏହି ବିରଳ ରେକର୍ଡ ର ଅଧିକାରୀ ହେବା ପରେ ବିଭିନ୍ନ ଅନୁଷ୍ଠାନ, ବ୍ୟକ୍ତି ବିଶେଷ ଏବଂ ସଂଗଠନ ପକ୍ଷରୁ ଶୁଭେଛାର ସୁଅ ଛୁଟିବାରେ ଲାଗିଛି ।

ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଭେଟେଶ୍ୱର ଗ୍ରାମର କବିତା ପଲେଇ ଓ ଆଲୋକ ପଲେଇ ଙ୍କ ପୁଅ ଆଶିଷ . ତାଙ୍କ ବାପା ପେଶାରେ କୃଷକ ହେଇଥିବା ବେଳେ ତାଙ୍କ ମାତା ଜଣେ ଅଙ୍ଗନବାଡ଼ି କର୍ମୀ । ଆଶିଷ ବାଣପୁର ସ୍ଥିତ ଶ୍ରୀ ଆରବିନ୍ଦ ଶିକ୍ଷା ଅନଷ୍ଠାନ ରୁ ପାଠ ପଢା ଆରମ୍ଭ କରି ପରେ ଗୋଦାବରୀଶ ମହା ବିଦ୍ୟାଳୟରେ +୨ କରିଥିଲେ ଏହା ପରେ ଏବେ ଖୋର୍ଦ୍ଧା ସ୍ଥିତ ଆଇନ ଷ୍ଟାଇନ କଲେଜରେ ବିଟେକ୍ କରୁଛନ୍ତି . ପିଲାଟି ଦିନରୁ ଆଶିଷ ମେଧାବୀ ଛାତ୍ର ହୋଇଥିବା ବେଳେ କିଛି ନୂଆ କରି ଦେଖେଇବାର ନିଶା ପିଲାଟି ଦିନରୁ ଥିଲା . ନିଜର ସଫଳତାର ସମସ୍ତ ଶ୍ରେୟ ମାତା ପିତା ଏବଂ ଗୁରୁଜନ ମାନଙ୍କୁ ଦେଇଛନ୍ତି ଆଶିଷ ।।

