ଢେଙ୍କାନାଳ ଜିଲ୍ଲାପାଳଙ୍କ କୋଭିଡ ସ୍ଥିତି ଓ ଉନ୍ନୟନ କାର୍ଯ୍ୟ ସମୀକ୍ଷା !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ଜିଲ୍ଲା କାର୍ଯ୍ୟ।ଳୟସ୍ଥ ଓସୱାନ ହଲଠାରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଜିଲ୍ଲାର କୋଭିତ ସ୍ଥିତି ଓ ପରିଚାଳନାର ସମୀକ୍ଷା କରିଛନ୍ତି । ରାଜ୍ୟରେ କରୋନାର ତୃତୀୟ ଲହର ପ୍ରଭାବ ପରିଲକ୍ଷିତ ହେଉଥିବାରୁ ଜିଲ୍ଲାରେ ସମସ୍ତେ ଯେପରି କୋଭିଡ ପ୍ରୋଟୋକଲ ମାନି ପୂଜା ଆୟୋଜନ କରିବେ ଏବଂ ପୂଜା ମଣ୍ଡପ ଠାରେ ଯେପରି ଗହଳି ନ ହୁଏ , ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଛନ୍ତି । ପର୍ବପର୍ବାଣୀ ଶେଷ ହେବା ପର୍ଯ୍ୟନ୍ତ ଡିସେମ୍ବର ମାସ ଯାଏ କୋଭିଡ ପ୍ରୋଟୋକଲ ଅନୁପାଳନର ଯାଞ୍ଚ ପ୍ରକ୍ରିୟା କଡାକଡି କରିବା ସହିତ ଲୋକମାନଙ୍କୁ ସଚେତନ କରିବାକୁ ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରତ୍ୟେକ ବ୍ଲକ , ଏନ.ଏ.ସି. ଓ ପୌରାଞ୍ଚଳରେ ମାଇକ ଦ୍ବାରା ପ୍ରଚାର କରିବାକୁ ବିଡିଓ ଏବଂ ନିର୍ବାହୀ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସଂକ୍ରମଣଠୁ ଦୂରେଇ ରହିବା ପାଇଁ ସମସ୍ତେ ମାସ୍କ ପରିଧାନ କରିବା , ଗହଳିକୁ ନ ଯାଇ ସାମାଜିକ ଦୂରତା ରକ୍ଷା କରିବା , ପରିଷ୍କାର ପରିଚ୍ଛନତା ପ୍ରତି ସଜାଗ ରହିବାକୁ ଜିଲ୍ଲାପାଳ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି । କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ପ୍ରତିହତ କରିବା ପାଇଁ ସମସ୍ତେ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳ ଆଶାବ୍ୟକ୍ତ କରିଛନ୍ତି । ରୋଗୀ କଲ୍ୟାଣ ସମିତି ଓ ଗାଁ କଲ୍ୟାଣ ସମିତି ଗ୍ରାମାଞ୍ଚଳରେ ଲୋକମାନଙ୍କୁ ସମ୍ପର୍କରେ ସଚେତନ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି । ଲକ୍ଷ୍ମୀପୂଜା ସମୟରେ ଜିଲ୍ଲାର ବିଭିନ୍ନ ମଣ୍ଡପ ନିକଟରେ ସ୍ବତନ୍ତ୍ର ଶିବିର ଆୟୋଜନ କରି ଟେଷ୍ଟିଙ୍ଗର ବ୍ୟବସ୍ଥା କରିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାର ପରାମର୍ଶ ଦେଇଛନ୍ତି । ସେହିପରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରିବା ନିମନ୍ତେ ଏନ.ଏ.ସି ଏବଂ ବ୍ଲକ ଅଫିସ ସମ୍ମୁଖରେ ହୋର୍ଡିଂ,ବ୍ୟାନର ଆଦି ଲଗାଇବାର ବ୍ୟବସ୍ଥା କରିବାକୁ ସେ ପରାମର୍ଶ ଦେଇଛନ୍ତି । ଜିଲ୍ଲାର ଯୋଗ୍ୟ ହିତାଧିକାରୀମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଭତ୍ତା , ବାସଗୃହ ଯୋଗାଣ ନିମନ୍ତେ ବିହିତ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ବିଡିଓମାନଙ୍କୁ କହିବା ସହିତ ସେମାନଙ୍କୁ ନିକଟକୁ ଆସିଥିବା ଇ – ଅଭିଯୋଗ ଗୁଡିକର ତୁରନ୍ତ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସଫଳ ରୂପାୟନ ଦିଗରେ ଗୁରୁତ୍ବ ଦେବାକୁ ସେ ପରାମର୍ଶ ଦେଇଛନ୍ତି । 5 – ଅନ୍ତର୍ଗତ ମୋ ସ୍କୁଲ ଯୋଜନାରେ ବିଦ୍ୟାଳୟ ଗୁଡ଼ିକର ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା କରି ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ସମସ୍ତ କାର୍ଯ୍ୟ ସମ୍ପନ୍ନ କରିବାକୁ କହିଛନ୍ତି । ଜିଲ୍ଲାରେ ହେଉଥିବା ଆଣ୍ଟିଜେନ୍ ଏବଂ ଆରଟି ପିସିଆର ଟେଷ୍ଟ ଓ ଟୀକାକରଣ କାର୍ଯ୍ୟକ୍ରମ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧ୍ବକାରୀ ଡା . ସୁଜାତା ରାଣୀ ମିଶ୍ର ଏବଂ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା . ଜ୍ୟୋତିଷ ଚନ୍ଦ୍ର ମହାପାତ୍ର ବୈଠକରେ ଅବଗତ କରାଇଥିଲେ । ଅଦ୍ୟାବଧି ଜିଲ୍ଲାରେ ୬ , ୫୭ , ୯୯୮ ଜଣ ପ୍ରଥମ ଡୋଜ ଟୀକା ଏବଂ ୨ , ୨୨ , ୫୯୧ ଜଣ ଦ୍ୱିତୀୟ ଡୋଜ ଟୀକା ନେଇଥିବା ପ୍ରକାଶ କରିଛନ୍ତି । ଏହି ଭିଡ଼ିଓ କନଫେରେନ୍ସ ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ , ଭାରପ୍ରାପ୍ତ ସଦର ଉପ – ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ତ୍ରିପାଠୀ , ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ନିବେଦିତା ପାଣି , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଜ୍ୟୋତ୍ସ୍ନା ରାୟ ଆପତକାଳୀନ ଅଧିକାରୀ ଶ୍ରୀମତୀ ସ୍ନିଗ୍ଧାଛାୟା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *