ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଓଡ଼ିଶାର କୋଣ ଅନୁକୋଣ ରେ ମାଆ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହେଉଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ଅନ୍ତର୍ଗତ ପାର୍କ ବଜାର ପୂଜା କମିଟି ଓ ପାର୍କ ବଜାର ସାହିର ସମସ୍ତ ବ୍ୟବସାୟୀଙ୍କ ମିଳିତ ଆନୁକୁଲ୍ୟରେ ନିରାଡ଼ମ୍ବର ଭାବେ ଅନୁଷ୍ଠିତ ହେଉଛି ମା’ ଗଜଲକ୍ଷ୍ମୀଙ୍କ ପୂଜା l ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ସରକାରଙ୍କ କୋଭିଡ କଟକଣା କୁ ଅନୁପାଳନ କରି ମା’ ଗଜଲଷ୍ମୀଙ୍କ ପୂଜା ପାର୍କ ବଜାରରେ ଅନୁଷ୍ଠିତ ହୋଇଛି l ବିଭିନ୍ନ ଆଲୋକ ମାଳା ସହିତ ମାଆଙ୍କ ପୂଜା ମଣ୍ତପ ଓ ମାଆଙ୍କ ମୃଣ୍ମୟୀ ମୂର୍ତ୍ତିକୁ ରଙ୍ଗ ବେରଙ୍ଗ ଶାଢ଼ୀରେ ସୁସଜ୍ଜିତ କରାଯାଇଛି l ନୀତିକାନ୍ତି ଅନୁସାରେ ମାଆଙ୍କର କଳସ ଶୋଭାଯାତ୍ରା ଓ ସୂର୍ଯ୍ୟ ପୂଜା ଖୁବ୍ ଆନନ୍ଦର ସହକାରେ ଅନୁଷ୍ଠିତ ହୋଇଯାଇଛି l ତେବେ ଦୀର୍ଘ ପାଞ୍ଚଦିନ ବ୍ୟାପି ଉକ୍ତ ପୂଜା ହେବାକୁ ଥିବାବେଳେ ତାହା କିପରି ଶାନ୍ତିଶୃଙ୍ଖଳା ର ସହ ହେବ ସହିତ ହେବ ଏବଂ ଅନୁରୂପ ଭାବେ ମା’ଙ୍କ ଭଷାଣି ଉତ୍ସବ କିପରି କରୋନା କଟକଣା ସହ ହେବ ଏ ନେଇ ପୂଜା କମିଟିର ସଦସ୍ୟ ମାନେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ସହ ତାହାକୁ କାର୍ଯ୍ୟକାରୀ କରିବା ନିମନ୍ତେ ଅଙ୍ଗିକାରବଦ୍ଧ ଥିବାର କମିଟି ସଭାପତି ସୂଚନା ଦେଇଛନ୍ତି l
ପାର୍କ ବଜାର ସାହିରେ ମା’ ଗଜଲକ୍ଷ୍ମୀ ପୂଜା ।।

