ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାରେ ଥିବା ସମସ୍ତ ଅଷ୍ଟମ ଶ୍ରେଣୀ ବିଦ୍ୟାଳୟ ତଥା କ୍ଲାସ ୨୫ ତାରିଖ ଠାରୁ ଆରମ୍ଭ ହୋଇଥିବାର ଜଣା ପଡ଼ିଛି। କୋଭିଡ଼ି କଟକଣା ଯୋଗୁଁ ସରକାର ଓ ପ୍ରଶାସନର ନିର୍ଦ୍ଦେଶ କ୍ରମେ ବହୁଦିନ ବ୍ୟବଧାନ ପରେ କ୍ଳାସ ଆରମ୍ଭ ହୋଇଥିବାରୁ ଛାତ୍ର ଛାତ୍ରୀ ମାନଙ୍କ ମହଲରେ ଉତ୍ସାହ ଓ ଆନନ୍ଦର ଲହରୀ ଖେଳି ଯାଇଛି।ଗଜପତି ଜିଲ୍ଲା ଗୋଶାଣି ବ୍ଳକ କେରାଣ୍ଡି ପଞ୍ଚାୟତର ନୂଆ କେରାଣ୍ଡି ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କୋଭିଡ଼ି ଗାଇଡ଼ ଲାଇନ ଅନୁଯାୟୀ ଅଫ ଲାଇନ କ୍ଳାସ ଆରମ୍ଭ ହୋଇଛି ।

ଛାତ୍ର ଛାତ୍ରୀଙ୍କ ମାନ ବୃଦ୍ଧି ସକାଶେ ବେସ ଲାଇନ ପରୀକ୍ଷା କରାଯାଉଛି।ଏହି ପରୀକ୍ଷା ସାହିତ୍ୟ, ଗଣିତ ଓ ଇଂରାଜି ପରୀକ୍ଷା କରାଯାଉଛି। ପ୍ରତି ବିଷୟ 50 ମାର୍କ ଲେଖାଏଁ ହୋଇଥିବା ଜଣାପଡିଛି।ପ୍ରକାଶ ଥାଉକି ଛାତ୍ର ଛାତ୍ରୀଙ୍କ ଦକ୍ଷତା ପୃଷ୍ଠ ଭୂମି ଜାଣିବା ପାଇଁ ଏହି ପରୀକ୍ଷା କରାଯାଉଛି। ଏହି ପରୀକ୍ଷା ତିନି ଦିନ ଧରି ଅନୁଷ୍ଠିତ ହେବ। ସ୍କୁଲର ପ୍ରଧାନ ଶିକ୍ଷକ ସଦାନନ୍ଦ ପାତ୍ରଙ୍କ ତତ୍ୱାବଧାନରେ ଶିକ୍ଷକ ସି.ଆର.ସି ଭି. ଭେଙ୍କେଟେ ରାମଣାଙ୍କ ଉପସ୍ଥିତି ଅନୁଷ୍ଠିତ ଦେଖିବାକୁ ମିଳିଛି । ଏହାକୁ ସହଯୋଗ କରୁଛନ୍ତି ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ।

