ପୌରପାଳିକା ତରଫରୁ ଢେଙ୍କାନାଳ ସହର ର ସ୍ୱଚ୍ଛତା କାର୍ଯ୍ୟ ତ୍ୱରାନ୍ୱିତ !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ବର୍ତ୍ତମାନ ସମୟରେ ଢେଙ୍କାନାଳ ର ଗଜଲକ୍ଷ୍ମୀ ପୂଜା ଚାଲିଥିବା ସମୟରେ ସହରକୁ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ପୌରପାଳିକା ତରଫରୁ ପୌରନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତଙ୍କ ତତ୍ୱବାଧାନରେ ଚାଲିଛି ତ୍ୱରାନ୍ୱିତ ସଫେଇ କାମ . ସହରକୁ ପ୍ରତ୍ୟୁଷ ରୁ ୨ ଥର ସଫେଇ କରିବା, ରୋଡ଼ ସାଇଡ ରେ ବ୍ଲିଚିଂ ପକେଇବା, ସହରର ଡ୍ରେନ ଗୁଡିକରେ ମଶା ତେଲ ସିଞ୍ଚନ, ବୁଲା ଗାଈଗୋରୁ ମାନଙ୍କୁ ସହରରୁ ଦୂରକୁ ପଠାଇବା ଆଦି କାର୍ଯ୍ୟର କୁ ସମ୍ପାଦନ କରାଯାଇଛି । ସହର ମଧ୍ୟରେ ଲକ୍ଷ୍ମୀପୂଜା ଚାଲିଥିବା ବେଳେ ଲୋକମାନଙ୍କୁ କୋରନା ସମ୍ବନ୍ଧୀୟ ସଚେତନ ମଧ୍ୟ କରାଯାଇଛି । ପୌରପାଳିକାର ଏଭଳି କାର୍ଯ୍ୟକୁ ଢେଙ୍କାନାଳ ବାସୀ ତଥା ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।

Leave a Reply

Your email address will not be published. Required fields are marked *