କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ଦୁର୍ନୀତି ନିବାରଣ ସପ୍ତାହ ରେ ଚାଲିଛି ବେଧଡକ ଦୁର୍ନୀତି . ଭୂତ ଙ୍କ ଟଙ୍କାକୁ ଆତ୍ମସାତ କରୁଛନ୍ତି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ . ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ବୁରୁକୁନା ଗ୍ରାମ ପଞ୍ଚାୟତରେ ସାମନାକୁ ଆସିଛି ଏପରି ଚାଞ୍ଚଲ୍ୟକର ତଥ୍ୟ l ଅନେକ ମୃତ ବ୍ୟକ୍ତିଙ୍କ ନାମରେ ବାର୍ଦ୍ଧକ୍ୟ ଭତ୍ତା ପ୍ରଭୁତି ସରକାରୀ ସହାୟତା ରାଶି ଉଠାଇ କିଛି ଅସାଧୁ ପଞ୍ଚାୟତ କର୍ମଚାରୀ ଆତ୍ମସାତ କରିଥିବା ଅଭିଯୋଗରେ ପଞ୍ଚlୟତ ଅଫିସ କୁ ତାଲା ପକାଇଲେ ମୃତ ବ୍ୟକ୍ତିଙ୍କ ପରିବାର ଲୋକେ ଓ ପଞ୍ଚାୟତବାସୀ l ସୂଚନା ଅନୁଯାୟୀ ବୁରୁକୁନା ଗ୍ରାମ ପଞ୍ଚାୟତରେ ଏକ ବର୍ଷରୁ ଅଧିକ ହେବ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ବର୍ତ୍ତମାନ ପର୍ଯ୍ୟନ୍ତ ଭତ୍ତା ଟଙ୍କା ପାଉଛନ୍ତି , ତେବେ ତାହା ନେଉ ନାହାନ୍ତି ମୃତ୍ୟୁ ବରଣ କରିଥିବା ହିତାଧିକାରୀଙ୍କ ପରିବାର . ସେହି ଟଙ୍କା ଗଲା କୁଆଡେ ?? ଏଥିରୁ ପ୍ରମାଣିତ ହେଉଛି କି ପ୍ରଶାସନିକ ଅବହେଳାରୁ ପଞ୍ଚlୟତର ସରକାରୀ କର୍ମଚାରୀ ସେହି ଟଙ୍କାକୁ ହଡପ କରିଛନ୍ତି l ଏହା RTI , NSAP ଏବଂ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କର ମୃତ୍ୟୁ ପ୍ରମାଣପତ୍ର ତଥ୍ୟ ରୁ ଜଣାପଡୁଛି l ଏନେଇ ଜିଲ୍ଲାପାଳ , ବିଡ଼ିଓ ,ପଞ୍ଚlୟତରାଜ ସଚିବଙ୍କ ପାଖରେ ଲିଖିତ ଅଭିଯୋଗ କରିଥିଲେ ପଞ୍ଚାୟତ ବାସୀ l ହେଲେ ଜିଲ୍ଲାପାଳ ଏହାର ସୁଦୃଢ ଆଇନଗତ ପଦକ୍ଷେପ ଗ୍ରହଣ ନକରିବାରୁ ପଞ୍ଚାୟତବାସୀ ଓ ଅଭିଯୋଗକାରୀ ମାନେ ଆଜି ପଞ୍ଚାୟତ ଅଫିସ କୁ ତାଲା ପକେଇଥିଲେ । ଆଗାମୀ ଦିନରେ ଏହାର ବିଧିବଦ୍ଧ ଭାବେ ତଦନ୍ତ ଓ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଲା ବନ୍ଦ ରହିବା ସହିତ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବୋଲି ପଞ୍ଚାୟତବାସୀ ଚେତାବନୀ ଦେଇଛନ୍ତି l
ଦୁର୍ନୀତି ନିବାରଣ ସପ୍ତାହ ରେ ଚାଲିଛି ଦୁର୍ନୀତି !!!

